ସରକାରୀ ବ୍ୟାଙ୍କର ମିଶ୍ରଣ ଆଦିକୁ ବିରୋଧ କରି ସର୍ବ ଭାରତୀୟ ବ୍ୟାଙ୍କ ଅଫିସର ମହାସଂଘ(ଏଆଇବିଓସି) ପକ୍ଷରୁ ଆଜି ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି। ଏତଦବ୍ୟତୀତ ଆସନ୍ତା ଶନିବାର ମାସର ଚତୁର୍ଥ ଶନିବାର ହୋଇଥିବାରୁ ବ୍ୟାଙ୍କ ବନ୍ଦ ରହିବ। ରବିବାର ସ୍ବାଭାବିକ ଛୁଟି ଦିନ କାରଣରୁ ବ୍ୟାଙ୍କ ବନ୍ଦ ରହିବ। ଅର୍ଥାତ୍ ଲଗାତାର ୩ ଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବ।
ଲଗାତାର ୩ ଦିନ ବ୍ୟାଙ୍କ ବନ୍ଦ ରହିବା କାରଣରୁ ଏଟିଏମ୍ ସମେତ ବିଭିନ୍ନ ପ୍ରକାର ବ୍ୟାଙ୍କିଂ ସେବା ଗୁରୁତର ପ୍ରଭାବିତ ହେବ। ୨୪ ତାରିଖ ଅର୍ଥାତ୍ ଆସନ୍ତା ସୋମବାର ଦିନକ ପାଇଁ ବ୍ୟାଙ୍କ ଖୋଲା ରହିବା ପରେ ୨୫ ତାରିଖ ବଡ଼ ଦିନ ଛୁଟି ଯୋଗୁ ବନ୍ଦ ରହିବ। ୨୬ ତାରିଖରେ ପୁଣି ୟୁଏଫବିୟୁ ପକ୍ଷରୁ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ହେବ। ତେଣୁ ୨୧ରୁ ୨୬ ତାରିଖ ମଧ୍ୟରେ ଗୋଟିଏ ଦିନକୁ ବାଦ ଦେଲେ ୫ ଦିନ ବ୍ୟାଙ୍କ ବନ୍ଦ ରହିବ।
ଆସନ୍ତାକାଲିର ଧର୍ମଘଟରେ ଓଡ଼ିଶାର ପ୍ରାୟ ୨୫ ହଜାର ବ୍ୟାଙ୍କ କର୍ମଚାରୀ ସାମିଲ ହେବେ। ବିଭିନ୍ନ ବ୍ୟାଙ୍କ ଶାଖା ସମ୍ମୁଖରେ ଧାରଣା ଓ ପିକେଟିଂ ଆଦି କରାଯିବ ବୋଲି ଏଆଇବିଓସିର ବରିଷ୍ଠ ଉପସଭାପତି ସମ୍ବିତ ମିଶ୍ର କହିଛନ୍ତି। ତେବେ ସାଧାରଣ ଲୋକେ ଯେଭଳି ଏଟିଏମରୁ ଟଙ୍କା ଉଠାଇବା ନେଇ ଅସୁବିଧାର ସମ୍ମୁଖୀନ ନହେବେ ସେଥିପାଇଁ ଆଜି ଏଟିଏମରେ ଟଙ୍କା ଭର୍ତ୍ତି ପାଇଁ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି। କାନାରା ବ୍ୟାଙ୍କ ଅଫିସର ସଂଘ ମଧ୍ୟ ଧର୍ମଘଟରେ ସାମିଲ ହୋଇଛି।
Sign in
Sign in
Recover your password.
A password will be e-mailed to you.