Odia News Portal

ଆରଡି ବାବା ଆଖଣ୍ଡଳମଣୀଙ୍କ ମନ୍ଦିରରେ ଭୋର ୪ଟା ୪୦ରେ ଉଠିଲା ମହାଦୀପ

ଭଦ୍ରକ : ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ ଉତ୍ସବ ମୁଖର ହୋଇଉଠିଥିଲା ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡିର ବାବା ଆଖଣ୍ଡଳମଣୀଙ୍କ ମନ୍ଦିର। ଭୋର ୪ଟା ୪୦ ମିନିଟ୍‌ରେ ମନ୍ଦିର ଚୁଡାକୁ ଉଠିଥିଲା ମହାଦୀପ। ହରିବୋଲ ହୁଳୁହୁଳିରେ ପ୍ରକମ୍ପିତ ହୋଇଥିଲା ପରିବେଶ। ହଜାର ହଜାର ଶ୍ରଦ୍ଧାଳୁ ମହାଦୀପ ଦର୍ସନ କରି ଉପବାସ ଭାଙ୍ଗିଥିଲେ। ଦର୍ସନ ପାଇଁ ଜିଲ୍ଲା ତଥା ଜିଲ୍ଲା ବାହୁର ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଗତକାଲି ଭୋର ୪ଟାରେ ମନ୍ଦିର ପହଡ ଖୋଲିବା ପରେ ସମସ୍ତ ନୀତିକାନ୍ତି ସରିଥିଲା। ରାତି ୨ଟା ୩୦ରେ ବାବାଙ୍କ ସୁନାବେଶ କରାଯାଇଥିଲା। ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପରିସରରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।