Odia News Portal

ବିରଳ ପ୍ରଜାତିର ସାପ ଉଦ୍ଧାର

ଭଦ୍ରକ : ଚାନ୍ଦବାଲି ବ୍ଲକ ପାଞ୍ଚପଡା ଗାଁରୁ ବିରଳ ପ୍ରଜାତିର ସାପ ଉଦ୍ଧାର । ସାପର ଲମ୍ବ ପାଖାପାଖି ୪ ଫୁଟ ହେବ ବୋଲି ଜଣାପଡିଛି । ଗାଁର ଯୋଗେଶ ଦାସଙ୍କ ବାଡିରୁ ଏହି ସାପ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି।  ସାପଟିକୁ ଦେଖିବାକୁ ଯୋଗେଶଙ୍କ ବାଡ଼ି ପଛପଟେ ସ୍ଥାନୀୟ ଅଞ୍ଚଳରେ ଅନେକ ଜନସମାଗମ ଦେଖିବାକୁ ମିଳିଛି।

ପ୍ରଥମ ଥର  ପାଇଁ ଏପରି ଏକ ବିରଳ ସାପ ଯୋଗେଶଙ୍କ ବାଡି ପଛପଟେ ଦେଖାଯାଇଛି। ତେବେ ଏହା କେଉଁ ପ୍ରଜାତିର ସାପ ତାହା ଜଣା ପଡିନାହିଁ।