Odia News Portal

ଚାନ୍ଦବାଲିରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏଟିଏମରୁ ଲୁଟ୍ ଉଦ୍ୟମ

ଚାନ୍ଦବାଲି : ଏଟିଏମ ଲୁଟ୍ ଉଦ୍ୟମ ପଣ୍ଡ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ମାତୋ ବଜାରର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ୮ଟି ବୋମା ମାଡ କରି ଏଟିଏମ ଲୁଟ୍ ଉଦ୍ୟମ କରିଥିଲେ।

ହେଲେ ବୋମାମାଡ ଯୋଗୁଁ ସ୍ଥାନୀୟ ଲୋକେ ଘେରିଯିବାରୁ ଲୁଟେରାମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଫଳରେ ଏଟିଏମ୍ ରୁ ଲୁଟ୍ କରିପାରିନଥିଲେ ଲୁଟେରା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।