ଭଦ୍ରକ : ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ଭଦ୍ରକ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ମଇତାପୁରରେ ବିଜେପିର ବୁଥ ସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀରେ ଉଦବୋଧନ ଦେବେ ରାଜନାଥ । ଏଥିରେ ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରୁ ଦଳର ସମସ୍ତ ବୁଥ କର୍ମକର୍ତ୍ତା ଯୋଗ ଦେବେ । ସେହିପରି ବାସୁଦେବପୁରର ରକ୍ତତୀର୍ଥ ଇରମ ଆସିବେ ରାଜନାଥ ସିଂ । ଦିନ ୧୧ଟା ୩୦ମିନିଟ୍ରେ ଚୁଡାମଣି ନଈପଠାରେ ଓହ୍ଲାଇବେ ରାଜନାଥ ସିଂ । ଇରମରେ ପହଞ୍ଚି ସହିଦ୍ଙ୍କ ପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ସେଠାରୁ ହେଲିକେପ୍ଟରରେ ଫେରି ସାଧାରଣ ସଭାରେ ଯୋଗଦେବେ
