ପୁଣେ,୨୫ା୩: ଟେଷ୍ଟ ଓ ଟି-୨୦ ପରେ ଏବେ ଦିନିକିଆ ସିରିଜ୍ ହାତେଇବାକୁ ଆଉ ଏକ ସୁଯୋଗ ଆସି ପହଞ୍ଚôଛି । ଆସନ୍ତାକାଲି ପୁଣେରେ ସିରିଜର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ । ଫଳରେ ଏହି ମ୍ୟାଚ୍ରେ ବିଜୟୀ ହେଲେ ଭାରତ ସିରିଜ୍ କ୍ଲିନସୁଇପ୍ କରିବ । ତେଣୁ ଭାରତ ଆସନ୍ତାକାଲି ମ୍ୟାଚ୍କୁ ଜିଣି ଆଗୁଆ ସିରିଜ୍ କବ୍ଜା କରିବାକୁ ଆପ୍ରାଣ ଉଦ୍ୟମ କରିବ । ତେବେ ଦୁଇ ଦଳରେ ଆହତ ସମସ୍ୟା ଲାଗି ରହିଥିବାରୁ ଦଳରେ ପରିବର୍ତ୍ତନ ଦେଖିବାକୁ ମିଳିବ । ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଷ୍ଟାଡିୟମରେ ଶୁକ୍ରବାର ଦିନ ୧.୩୦ରେ ଖେଳାଯିବ । ସେପଟେ ୨ୟ ଦିନିକିଆକୁ ଜିତି ସିରିଜ ବରାବର କରିବାକୁ ଚେଷ୍ଟା କରିବ ଇଂଲଣ୍ଡ କ୍ରିକେଟ୍ ।
ଭାରତୀୟ କ୍ରିକେଟ ଦଳର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଶ୍ରେୟସ୍ ଆୟର ଅ ।ହତ କାରଣରୁ ଅବଶିଷ୍ଟ ସିରିଜରୁ ବାଦ ପଡିଛନ୍ତି । ତେଣୁ ଏହାରି ମଧ୍ୟରେ ଦିନିକିଆରେ ସୂର୍ଯ୍ୟକୁମାର ଯାଦବ ଡେବ୍ୟୁ କରିପାରନ୍ତି ।ଟି-୨୦ କ୍ରିକେଟରେ ଜବରଦସ୍ତ ଡେବ୍ୟୁ କରିବା ସହିତ ଟିମରେ ନିଜ ସ୍ଥିତି ଦୃଢ କରିଥିଲେ ସୂର୍ଯ୍ୟକୁମାର । ଭାରତ ପକ୍ଷରୁ ଯେଉଁ ନବାଗତ ଖେଳାଳୀଙ୍କୁ ଡେବ୍ୟୁ ସୁଯୋଗ ମିଳୁଛି ସେମାନେ ସମସ୍ତେ ଭରପୁର ଫାଇଦା ଉଠାଉଛନ୍ତି । ଦ୍ୱିତୀୟ ଦିନିକିଅ ।ରେ ଟିମ୍ ଇଣ୍ଡିଆ ପାଇଁ ଖେଳାଳୀ ଚୟନ ଦ୍ୱନ୍ଦ ଦେଖାଦେଇପାରେ । ଶ୍ରେୟସ ଅ ।ୟର ଅ ।ହତ ହେବା ପରେ ଦଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ସାମିଲ କରାଯାଇପାରେ । ସେପଟେ ଇନ୍ ଫର୍ମ ଋଷଭ ପନ୍ତଙ୍କୁ ମଧ୍ୟ ପ୍ଲେଇଂ ଇଲେଭେନ୍ରେ ସ୍ଥାନ ମିଳିପାରେ । ପ୍ରଥମ ମ୍ୟାଚରେ ରୋହିତ ଶର୍ମାଙ୍କ କହୁଣୀର ଆଘାତ ଲାଗିଥିଲା । କିନ୍ତୁ ୨ୟ ମ୍ୟାଚ୍ ପାଇଁ ସେ ଫିଟ୍ ହୋଇଯିବା ଅ ।ଶା କରାଯାଉଛି । ତେବେ ଯଦି ରୋହିତ ଅନଫିଟ୍ ରୁହନ୍ତି ତେବେ ଧାୱନଙ୍କ ସହିତ ଶୁଭମାନ୍ ଗିଲ୍ ଓପନିଂ କରିପାରନ୍ତି । ଅନ୍ୟପଟେ ବୋଲିଂ କଥା କହିବାକୁ ଗଲେ ପ୍ରଥମ ମ୍ୟାଚରେ କୁଲଦୀପ ଯାଦବ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ସେ ମୋଟ ୬୮ ରନ୍ ବ୍ୟୟ କରିଥିଲେ । ୨ୟ ମ୍ୟାଚରେ ତାଙ୍କ ସ୍ଥାନରେ ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ସାମିଲ କରାଯାଇପାରେ । ପେସ୍ ବାହିନୀ କଥା କହିବାକୁ ଗଲେ ଭୁବନେଶ୍ୱର କୁମାର, ଶାର୍ଦ୍ଦୁଳ ଠାକୁର ଏବଂ ପ୍ରସିଦ୍ଧ କୃଷ୍ଣାଙ୍କୁ ନେଇ ପଡିଅ ।କୁ ଓଲ୍ଲାଇପାରେ ଟିମ୍ ଇଣ୍ଡିଆ ।
ସେପଟେ ଇଂଲଣ୍ଡ ଦଳରେ ମଧ୍ୟ ଆହତ ସମସ୍ୟା ଲାଗି ରହିଛି । ଅଧିନାୟକ ଇଅନ୍ ମୋର୍ଗାନ୍ ଓ ଅଲ୍ରାଉଣ୍ଡର ସାମ କୁରାନ୍ ଆହତ ସମସ୍ୟା ଦେଇ ଗତି କରୁଛନ୍ତି । ତେବେ ଏହି ଦୁୁଇ ଖେଳାଳିଙ୍କ ଖେଳିବା ନେଇ କୌଣସି ଠୋସ୍ ଖବର ମିଳିନି । ଇଂଲଣ୍ଡ ଭଲ ଆରମ୍ଭ କରୁଥିଲେ ମଧ୍ୟ ଖେଳକୁ ଶେଷ କରିବା ଭୂମିକା କାହା ପାଖରେ ରହିଥିବା ଲକ୍ଷ୍ୟ କରାଯାଉନି । ଯାହାକି ୪ ମ୍ୟାଚ୍ରେ ଦେଖିବାକୁ ମିଳିଛି । ଓପନର ଜାସନ ରାୟ, ବେୟାରଷ୍ଟୋ, ବଟଲର ଧୂଅାଁଧାର ପାଳି ଖେଳୁଥିଲେ ହେଁ ଶେଷ ପର୍ଯ୍ୟନ୍ତ ରହିପାରୁନାହାଁନ୍ତି । ଅଧିନାୟକ ମୋର୍ଗାନ୍ ମଧ୍ୟ ଆଦୌ ଫର୍ମରେ ଥିଲା ଭଳି ଲାଗୁ ନାହାଁନ୍ତି । ଅଲ୍ରାଉଣ୍ଡର ବେନ ଷ୍ଟୋକ୍ସ ମଧ୍ୟ କମାଲ ପ୍ରଦର୍ଶନ କରିବାରେ ବିଫଳ ହେଉଛନ୍ତି । ଟସ୍ ଜିଣି ପ୍ରଥମେ ବୋଲିଂ କରିବା ଫଣ୍ଡା ଇଂଲଣ୍ଡ ପାଇଁ ଆଉ କାମ କରୁନି । ଦଳ ରନ୍ ପିଛା କରି କ୍ରମାଗତ ୩ ମ୍ୟାଚ୍ରେ ହାରିଲାଣି । ତେଣୁ ବ୍ୟାଟିଂ କମ୍ବିଂନେସନ୍ ଉପରେ ଇଂଲଣ୍ଡ ଫୋକସ କରି ଆସନ୍ତାକାଲି ପଡ଼ିଆକୁ ଓହ୍ଲାଇବ ।