Odia News Portal

ଧର୍ମପଦ ଆହତ ହୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି

ଭୁବନେଶ୍ବର : ଶିକ୍ଷକଙ୍କ ମାଡରେ ଛାତ୍ର ଆହତ। ଗଜପତି ରାୟଗଡ଼ା ସରକାରୀ ଆଇଟିଆଇ କଲେଜରେ ଶିକ୍ଷକ ଛାତ୍ରଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଶିକ୍ଷକଙ୍କ ମାଡ଼ରେ ଛାତ୍ର ଧର୍ମପଦ ନାୟକ ଆହତ ହୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।

ଛାତ୍ର ଜଣକ ହଷ୍ଟେଲରେ ଶୋଇଥିବା ସମୟରେ ଶିକ୍ଷକ ତାଙ୍କୁ ମାଡ଼ ମାରିଥିଲେ । ପରେ ପ୍ରିନସିପାଲ ଖବର ପାଇ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଇଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।