Odia News Portal

ଧର୍ମଗଡ଼ରେ ଯୁବତୀଙ୍କ ସହ ଦୁଷ୍କର୍ମ ଅଭିଯୋଗ

ଧର୍ମଗଡ଼ : ପୁଣି ଥରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ ଯୁବତୀଙ୍କ ସହ ଦୁଷ୍କର୍ମ ଅଭିଯୋଗ ହୋଇଛି। ଲିଫ୍ଟ ଦେବା ବାହାନାରେ କାର୍ ଭିତରେ ଯୁବତୀଙ୍କ ସହ ଦୁଷ୍କର୍ମ ହୋଇଥିବା ନେଇ ଥାନାରେ ଏତଲା ଦିଆଯାଇଛି।  ଏହାପରେ ଅଭିଯୁକ୍ତଙ୍କୁ ଉଠାଇ ନେଇଛି ପୋଲିସ୍ । ଯୁବତୀ ଜଣକ କହିଛନ୍ତି ଯେ, ସେ ଭୁବନେଶ୍ୱରରେ ପଢ଼ୁଛନ୍ତି। ୪ତାରିଖ ଦିନ ଦଶହରା ଛୁଟି ଥିଲା। ସେଥିପାଇଁ  ୫ ତାରିଖ ଦିନ ଯୁବତୀ ଜଣକ ଭୁବନେଶ୍ୱରରୁ ଜୟପାଟଣା ଫେରୁଥିଲେ ।

ସକାଳେ ଭବାନୀପାଟଣାରେ ବସ୍ ରହିଥିଲା। ଏହି ସମୟରେ ଯୁବତୀ ଶୌଚାଳୟ ଯାଇଥିଲେ। ତେବେ ଶୌଚାଳୟରୁ ଫେରିବା ପରେ ବସ୍ ଛାଡ଼ି ଦେଇଥିବା ଦେଖିଥିଲେ ଯୁବତୀ। ତେବେ ଅନ୍ୟ ଏକ ବସ୍‌ ଅପେକ୍ଷାରେ ଯୁବତୀ ଜଣକ ରହିଥିଲେ।

ଏହି ସମୟରେ ଅନ୍ୟ ଜଣେ ବ୍ୟକ୍ତି ଆସି ତାଙ୍କୁ କୁଆଡ଼େ ଯିବ ବୋଲି ପଚାରିଥିଲେ। ଯୁବତୀ ଜଣକ ଜୟପାଟଣା ଯିବେ ବୋଲି କହିଥିଲେ। ପରେ ଜଣେ କାର୍ ଚାଳକ ତାଙ୍କୁ ଜୟପାଟଣା ଛାଡ଼ିଦେବାକୁ  କହି ନେଇଥିଲା। ତେବେ କାରରେ ଅନ୍ୟ ଫାମିଲି ମେମ୍ବର ଅଛନ୍ତି ବୋଲି ଯୁବକ ଜଣକ କହିଥିଲେ। ଯୁବତୀ ଜଣକ କହିଥିଲେ ଯେ, କାରରେ ମତେ ଲାଗାଇ ୬ ଜଣ ଥିଲେ। ତେବେ ବାଟରରେ ଫାମିଲି ମେମ୍ବର ଓହ୍ଲାଇ ଯାଇଥିଲେ।

ଏହି ସୁଯୋଗରେ ଏକ ନିଛାଟିଆ ରାସ୍ତାକୁ ନେଇ କାର ଚାଳକ ଜଣକ ମତେ ଦୁଷ୍କର୍ମ କରିଥିଲେ ବୋଲି ଯୁବତୀ ଜଣକ ଅଭିଯୋଗ କରିଛନ୍ତି। ଖାଲି ଏତିକି ନୁହେଁ କାର୍ ଭିତରେ ଦୁଷ୍କର୍ମ ପରେ ପୁଣି ଘରକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।