Odia News Portal

ଚିଲିକା ଓ ଭିତରକନିକାରେ ହେବ ହାଉସ ବୋଟ୍‌ : ପର୍ଯ୍ୟଟନ ସଚିବ

ଭୁବନେଶ୍ବର :  ଚିଲିକା ଓ ଭିତରକନିକାରେ ହେବ ହାଉସ ବୋଟ୍‌। ଏନେଇ ବୋଟ କିଣାଯିବ। ଏହାସହ ସର୍ଫିଙ୍ଗ ଫେଡେରେସନ ଅଫ୍‌ ଇଣ୍ଡିଆ ସହ ଚୁକ୍ତିହେବ। ଏହି ସୂଚନା ଦେଇଛନ୍ତି ପର୍ଯ୍ୟଟନ ସଚିବ ବିଶାଲ ଦେବ। ଗୋଟିଏ ବୁଦ୍ଧିଷ୍ଟ ସରକିଟ୍‌ ଗ୍ରାଣ୍ଡ ତିଆରି ହେବ। ଡାକ ବଙ୍ଗଳା କରାଯିବା ନେଇ ମଧ୍ୟ ନିଷ୍ପତ୍ତି ହୋଇଛି।

ଇକୋ ଟୁରିଜିମ ଉପରେ ଗୁରୁତ୍ୱ ଦିଆଯାଇଛି। ଡିସେମ୍ବର ପୂର୍ବରୁ କିଛି କାର୍ଯ୍ୟ ଶେଷ ହେବ। ୯ଟି ସର୍କିଟ ସହ ୧୩ ଡେଷ୍ଟିନେସନକୁ ବିକାଶ କରାଯିବ। ରମ୍ଭା, ଚିଲିକା ଆଦିରେ ଡେଭଲପମେଣ୍ଟ କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ରମ୍ଭାରେ ଭିତ୍ତିଭୂମି ବିକାଶ ହେବ।

ନୂଆ ଡେଷ୍ଟିନେସନ, ହୋଟେଲ ଓ ରିସର୍ଟ କରାଯିବ । ପର୍ଯ୍ୟଟନ ଉପଦେଷ୍ଟା ବୈଠକ ପରେ ସୂଚନା ଦେଇଛନ୍ତି ବିଶାଲ ଦେବ।