ଭୁବନେଶ୍ବର : ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ଅଂଚଳରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଛି । ଘରେ ଏକୁଟିଆ ଥିବା ଜଣେ ୯ବର୍ଷ ବୟସ୍କା ନାବାଳିକାଙ୍କୁ ୨୫ ବର୍ଷ ବୟସ୍କ ଯୁବକ ବିଜୟ ପ୍ରଧାନ ଦୁଷ୍କର୍ମ ଉଦ୍ୟମ କରିଛି ।
ଆଜି ସକାଳେ କିଛି ସମୟ ପାଇଁ ୯ ବର୍ଷର ଝିଅକୁ ଘରେ ଏକୁଟିଆ ଛାଡି ବାପା ମା ବାହାରକୁ ଯାଇଥିଲେ । ଘରର କବାଟ ଖୋଲାଥିଲା । ଫଳରେ ଉପରୋକ୍ତ ଅଭିଯୁକ୍ତ ଘର ଭିତରକୁ ପଶିବା ସହ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରୁଥିଲା । ନାବାଳିକା ଏଥିରେ ଭୟଭୀତ ହୋଇ ଚିତ୍କାର କରୁଥିଲେ ।
ତେବେ ଠିକ୍ ଏହି ସମୟରେ ନାବାଳିକାଙ୍କ ପରିବାରଲୋକେ ଫେରିଆସିଥିଲେ । ଘଟଣାସ୍ଥଳରେ ହିଁ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଥିଲେ । ସଂପୃକ୍ତ ଅଞ୍ଚଳବାସୀ ଏହି ଖବର ଜାଣିବାପରେ ଅଭିଯୁକ୍ତକୁ ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ ମାରିବା ସହ ଏୟାରଫିଲ୍ଡ ପୋଲିସକୁ ଖବର ଦେଇଥିଲେ ।