Odia News Portal

ଅଶୋକ ପଣ୍ଡା ମୁଖ୍ୟ ଅତିଥି ହେବାପରେ ମାଫିଆ ଉତ୍ସାହିତ

ଭୁବନେଶ୍ୱର : ସପ୍ତାହେ ତଳେ ଜାତୀୟ ସ୍ତରୀୟ ଖଦିବୋର୍ଡ ପ୍ରଦର୍ଶନୀର ଉଦ୍‍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ହୋଇଥିଲେ ରାଜ୍ୟ ଭିନ୍ନକ୍ଷମ ଓ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ସେତେବେଳେ ଏହାକୁ ନେଇ ରାଜଧାନୀର ରାଜନୈତିକ ମହଲରେ ଆଲୋଚନା ହୋଇଥିଲା । ଏମ୍‍ଏସ୍‍ଏମ୍‍ଇ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ନଖୋଜି ଖଦିବୋର୍ଡ କର୍ତ୍ତୃପକ୍ଷ କାହିଁକି ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କୁ ମୁଖ୍ୟ ଅତିଥି କଲେ । ତେବେ ଖଦିବୋର୍ଡର କିଛି କର୍ମଚାରୀ ନିଜ ନାମ ଗୋପନ ସର୍ତ୍ତରେ ଏହାର ଗୁମର ଖୋଲିଛନ୍ତି ।

କର୍ମଚାରୀମାନଙ୍କର କହିବାକଥା ହେଲା ଖଦିବୋର୍ଡର ଗଣ୍ଡମୁଣ୍ଡା ଠାରେ ଯେଉଁ ଜମି ହଡପ ହୋଇଛି ତାହା ପଛରେ
ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କର ସମର୍ଥନ ରହିଛି । ବର୍ତ୍ତମାନର ଖଦିବୋର୍ଡ ଅଧ୍ୟକ୍ଷ ମଧ୍ୟ ଏହା ଭଲଭାବେ ଜାଣିଛନ୍ତି । ଜବଦରଖକାରୀଙ୍କ
ଭିତରେ ତାଙ୍କର ବି କିଛି ସମର୍ଥକ ଅଛନ୍ତି । ତେଣୁ ବାଧ୍ୟହୋଇ ଅଶୋକଙ୍କୁ ଖଦିବୋର୍ଡ ସମାରୋହକୁ ଡାକିଛନ୍ତି । କାରଣ ମନ୍ତ୍ରୀ
ଏଠାକୁ ଆସିଲାପରେ ବୋର୍ଡ ପକ୍ଷରୁ ଆଉ ଜବରଦଖଲ ହଟାଇବାପାଇଁ ସରକାରଙ୍କ ଉପରେ ଚାପ ପକାଯାଇ ପାରିବନାହିଁ । ଏଣେ ଶ୍ରୀ ପଣ୍ଡା ଖଦିବୋର୍ଡ ବୈଠକକୁ ଆସିଲାପରେ ଜବରଦଖଲକାରୀମାନେ ଏବେ ଖୁସି ମନାଉଛନ୍ତି ।

ସଚୂ ନା ଅନୁଯାୟୀ ଗଣ୍ଡମୁଣ୍ଡା ଠାରେ ଖଦିବୋର୍ଡର ୬ଏକର ଜମି ରହିଛି । ଏଥି ମଧ୍ୟରୁ ୨ଏକର ଏବେ ଜବରଦଖଲକାରୀଙ୍କ
କବଳରେ । ସେଠାରେ ଜମି ମାଫିଆମାନେ ରାତାରାତି ବସ୍ତି ତିଆରିକରି ବିକ୍ରି କରିଦେଇଛନ୍ତି । ମନ୍ଦିର ଠାରୁ ଆରମ୍ଭ କରି
କମ୍ୟୁନିଟି ସେଣ୍ଟର ବି ଗଢିଛନ୍ତି । ତେବେ ନିଜର ଏହି ମୂଲ୍ୟବାନ୍‍ ଜମିକୁ ଫେରାଇ ଆଣିବାପାଇଁ ଖଦିବୋର୍ଡ କର୍ତ୍ତୃପକ୍ଷ
ସରକାରଙ୍କୁ ବାରମ୍ବାର ଲେଖିବାପରେ ସାଧାରଣ ପ୍ରଶାସନ ଏହାକୁ ଜବଦରଖଲ ମୁକ୍ତ କରିବାପାଇଁ ଅଣ୍ଟା ଭିଡିଥିଲେ । ତେବେ ଯେତେଥର ପୁଲିସ୍‍ ଓ ସାଧାରଣ ପ୍ରଶାସନ ଏଠାରୁ ଜବରଦଖଲ ହଟାଇବାପାଇଁ ଯେତେଥର ଅଣ୍ଟା ଭିଡିଲେ ତାହା ସଫଳ ହୋଇପାରିଲା ନାହିଁ ।

କେତେବେଳେ ପୁଲିସ୍‍ ଆସିଲେ ସାଧାରଣ ପ୍ରଶାସନ ବିଭାଗର ବାବୁମାନେ ଆସିଲେନି ତ ଆଉ କେତେବେଳେ ସାଧାରଣ ପ୍ରଶାସନ ବିଭାଗ ଆସିଲେ ପୁଲିସ୍‍ ବାବୁମାନେ ଧରାଛୁଆଁ ଦେଲେନାହିଁ । ତେବେ ସରକାରୀକଳର ଲୁଚକାଳି ଖେଳ ପଛରେ ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କ ଇସାରା ଥିବା ଆଲୋଚନା ହୋଇଥିଲା । କାରଣ ସେହି ଇଲାକାଟି ତାଙ୍କର ନିର୍ବାଚନମଣ୍ଡଳୀ ହୋଇଥିବାବେଳେ କ୍ରେତା ଓ ବିକ୍ରେତା ଉଭୟ ହେଉଛନ୍ତି ତାଙ୍କର ଭୋଟର । ଖଦିବୋର୍ଡର ଜଣେ କର୍ମଚାରୀଙ୍କ କହିବାକଥା ଯେ ରାଜନୈତିକ ସହଯୋଗ ନରହିଲେ ସରକାରୀ ଜମି ଜବରଦଖଲ ହେବା ଓ ସରକାର ଚାହିଁଲେ ତାହାକୁ ମୁକ୍ତ କରିନପାରିବା ଆଦୌ ସମ୍ଭବପର ନୁହେଁ । ବୋର୍ଡ ପକ୍ଷରୁ ଜମିକୁ ଜବରଦଖଲ ମୁକ୍ତ କରିବାପାଇଁ ଯେଉଁ ଲଢେଇ ଚାଲିଥିଲା ବର୍ତ୍ତମାନର ଅଧ୍ୟକ୍ଷ ସେଥିରେ ଏକ ପ୍ରକାର ପାଣି ପୂରାଇଦେଲେ । କାରଣ ଯାହାଙ୍କ ଆର୍ଶୀବାଦରେ ମାଫିଆମାନେ ମୂଲ୍ୟବାନ ଜମିକୁ ହଡପ କରିଛନ୍ତି ତାଙ୍କୁ ଆଣି ଏଠାରେ ମୁଖ୍ୟ ଅତିଥି କରିଦେଲେ ।

ତେଣୁ ଜମି କଥା ଏବେ ବୋର୍ଡକୁ ଭୁଲିଯିବାକୁ ପଡିବ । ସରକାରୀ ମୂଲ୍ୟରେ ଗଣ୍ଡମୁଣ୍ଡାରେ ଜମିର ଦର କୋଟି କୋଟି ଟଙ୍କା ହୋଇଥିବାବେଳେ ନିଜ ର୍ନିବାଚନମଣ୍ଡଳୀରେ ଜବଦରଖଲ ହୋଇଥିବା ଏହି ସରକାରୀ ଜମି ବାବଦରେ ମବୀ ଶ୍ରୀ ପଣ୍ଡା ପଦୁଟିଏ ନକହିବା କି ବୋର୍ଡ ଅଧ୍ୟକ୍ଷ ବି ମୁହଁ ନଖୋଲିବା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେଣୁ ବିଭାଗୀୟ ମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ୫-ଟି ଆଧାରରେ ତୁରନ୍ତ ବୋର୍ଡର ଏହି ମୂଲ୍ୟବାନ ଜମିକୁ ମୁକ୍ତ କରିବାପାଇଁ ସେମାନେ ମତ ଦେଇଛନ୍ତି ।