Odia News Portal

ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ

ଭୁବନେଶ୍ବର: ମାତ୍ର ୩ ଦିନ ପରେ  ଆଜି ପୁଣି ଥରେ କ୍ୟାବିନେଟ୍ ବୈଠକ ଡକାଯାଇଛି । ଆଜି ଅପରାହ୍ନ ୫ଟା ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିବ । କ୍ୟାବିନେଟ ପ୍ରସ୍ତାବ କୌଣସି ମନ୍ତ୍ରୀଙ୍କୁ ଦିଆଯାଇନଥିଲେ ବି  କ୍ୟାବିନେଟରେ ବଡ଼ ଘୋଷଣା ହେବାର ସମ୍ଭାବନା ରହିଛି। କାଳିଆ ଯୋଜନାକୁ ଅଧିକ କାର୍ଯ୍ୟକ୍ଷମ କରିବା ସହ ଜଳ ସେଚନ ପାଇଁ ସରକାର ବଡ଼ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। କ୍ୟାବିନେଟ ବୈଠକ ପରେ ସନ୍ଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ ବସିବ। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ଉପସ୍ଥାପନ ହେବାକୁ ଥିବା କାମଚଳା ବଜେଟକୁ ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ ମିଳିବ।