Odia News Portal

ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ଅଲିମ୍ପିକ କ୍ୱାଲିଫାୟର

ଭୁବନେଶ୍ୱର : ଆଜିଠୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ଏଫଆଇଏଚ ଅଲିମ୍ପିକ କ୍ୱାଲିଫାୟର ସିରିଜ । ଭାରତୀୟ ପୁରୁଷ ଟିମ୍‌କୁ ଭେଟିବ ଋଷିଆ । ସେହିଭଳି ୨ ତାରିଖରେ ଭାରତୀୟ ମହିଳା ଟିମ୍‌କୁ ଭେଟିବ ଆମେରିକା ।

ଯେଉଁ ଦଳ ବିଜୟ ହେବ ସିଧା ଟୋକିଓ ଅଲମ୍ପିକ ପାଇଁ ଟିକେଟ ହାସଲ କରିବ । ଟୁର୍ଣ୍ଣାମେଣ୍ଟ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଖେଳାଳିମାନେ ରହୁଥିବା ହୋଟେଲ, ଷ୍ଟାଡିୟମରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଛି ।

ମ୍ୟାଚ ସମୟରେ ଜୟଦେବ ବିହାର ଛକ ଠାରୁ କଳିଙ୍ଗ ଷ୍ଟାଡିୟମ ଛକକୁ ସିଲ କରାଯିବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି ।