Odia News Portal

ଏଫଆଇଏଚ ଅଲିମ୍ପିକ କ୍ୱାଲିଫାୟର : ଆଜି ତୃତୀୟ ଓ ଚତୁର୍ଥ ମ୍ୟାଚ୍

ଭୁବନେଶ୍ୱର: ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଏଫଆଇଏଚ ଅଲିମ୍ପିକ କ୍ୱାଲିଫାୟର ସିରିଜର ତୃତୀୟ ଓ ଚତୁର୍ଥ ମ୍ୟାଚ । ଭାରତୀୟ ମହିଳା ଓ ପୁରୁଷ ଦଳ ଆମେରିକା ଓ ଋଷିଆ ବିପକ୍ଷରେ ଖେଳିବ। ଅଧିକ ପଏଣ୍‌ଟ ହାସଲ କରିଥିବା ଟିମ୍‌ ସିଧାସଳଖ ହାତେଇବେ ୨୦୨୦ ଟୋକିଓ ଅଲିମ୍ପିକ୍ସ ଟିକେଟ୍‌।

ଗତକାଲି ବିଜୟରୁ ଅଭିଯାନ ଆରମ୍ଭ କରିଛି ଉଭୟ ଭାରତୀୟ ମହିଳା ଓ ପୁରୁଷ ହକି ଟିମ୍‌। ପ୍ରଥମ ମ୍ୟାଚରେ ଆମେରିକାକୁ ୫-୧ରେ ପରାସ୍ତ କରିଥିଲା ମହିଳା ଦଳ। ଦ୍ୱିତୀୟ ମ୍ୟାଚରେ ଋଷିଆକୁ ୪-୨ ଗୋଲରେ ହରାଇ ବିଜୟୀ ହୋଇଛି ଭାରତୀୟ ପୁରୁଷ ହକି ଟିମ୍‌। ଭାରତ ପକ୍ଷରୁ ପ୍ରଥମ ଗୋଲ୍‌ ଦେଇଥିଲେ ହରମନପ୍ରୀତ ସିଂହ।

ଏହାପରେ ଲଗାତାର ମନଦୀପ ସିଂହ ଦୁଇଟି ଗୋଲ୍‌ ଦେଇଥିଲେ। ଋଷିଆ ଏକାଧିକ ପେନାଲଟି ହାତଛଡ଼ା କରି ମାତ୍ର ୨ଟି ଗୋଲ୍‌ କରି ପାରିଥିଲା। ଖେଳ ଦେଖିବା ପାଇଁ ଦର୍ଶକଙ୍କ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛିା ।