ବରଗଡ : ଡିସେମ୍ବର ୩୧ରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା । ଡିସେମ୍ବର ୩୧ରୁ ଜାନୁଆରୀ ୧୦ ପର୍ଯ୍ୟନ୍ତ ଚାଲିବ ୭୧ତମ ଧନୁଯାତ୍ରା ମହୋତ୍ସବ । ଧନୁଯାତ୍ରା କମିଟି ସଭାପତି ତଥା ବରଗଡ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ଦିନ ଧାର୍ଯ୍ୟ ହୋଇଛି । ଏଥର ପୁଣି କଂସ ସମେତ ବିଭିନ୍ନ କଳାକାରଙ୍କ ଚୟନ ହେବ ।
ତେବେ ଧନୁଯାତ୍ରା ଆୟବ୍ୟୟ ଖର୍ଚ୍ଚ ସନ୍ଦେହଜନକ ଥିବା ପୂର୍ବରୁ ଅଭିଯୋଗ ହୋଇଥିଲା । ଅଡିଟ ସହ ତଦନ୍ତ କରିବାକୁ ଜିଲ୍ଲା ଓକିଲ ସଂଘ ଦାବି କରିଥିଲେ । ଏନେଇ ମହୋତ୍ସବ ବେଳେ ବେଆଇନ ପାର୍କିଂ ଫି ଆଦାୟକୁ ବିରୋଧ କରାଯାଇଛି । ଏହା ସହ ରାତି ସାଢେ ୧୧ଟା ଯାଏ ମହୋତ୍ସବ ଚାଲୁ ରଖିବ ବୋଲି କୁହାଯାଇଛି ।
