Odia News Portal

ମହିଳା ହକି ଦଳକୁ ମିଳିଲା ଅଲିମ୍ପିକ ଟିକେଟ୍

ଭୁବନେଶ୍ବର : ଟୋକିଓ ଅଲିମ୍ପିକରେ ସାମିଲ ହେବା ପାଇଁ ଯୋଗ୍ୟତା ଅର୍ଜନ କଲା ଭାରତୀୟ ମହିଳା ହକି ଦଳ । ଦ୍ୱିତୀୟ ମ୍ୟାଚରେ ପରାସ୍ତ ସତ୍ୱେ ଅଲିମ୍ପିକ ଖେଳିବ ଭାରତ । ଆମେରିକା ସହ ୨ଟି ମ୍ୟାଚରେ ଅଧିକ ଗୋଲ୍ ପାଇଁ ଭାରତ ବିଜୟୀ ହୋଇଛି । ୨ଟି ମ୍ୟାଚରେ ଭାରତର ୬ଟି ଗୋଲ୍ ହୋଇଥିବା ବେଳେ ଆମେରିକା ୫ଟି ଗୋଲ କରିଛି । ଦ୍ୱିତୀୟ ମ୍ୟାଚରେ ଭାରତ ୧-୪ ଗୋଲରେ ପଛୁଆ ରହିଛି ।

ତେବେ ଅଲିମ୍ପିକ ପାଇଁ ଯୋଗ୍ୟ ଘୋଷଣା ପରେ ଭାରତୀୟ ମହିଳା ଟିମକୁ ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।