ଭୁବନେଶ୍ୱର : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଭାରତ ପାଇଁ ଲକୀ ଗ୍ରାଉଣ୍ଡ ସାବ୍ୟସ୍ତ ହୋଇଛି । ମହିଳାଙ୍କ ପରେ ଭାରତୀୟ ପୁରୁଷ ଦଳ ବି ଏଠାରେ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କଲା ।
ଆଜି କଳିଙ୍ଗ ଷ୍ଟାଡିୟମ୍ରେ ଘରୋଇ ଦର୍ଶକଙ୍କ ଆଗରେ ଜୋରଦାର ଖେଳ ଦେଖାଇ ରୁଷିଆକୁ ୫-୧ ଗୋଲ୍ରେ ପରାସ୍ତ କରିବା ସହ ଲଗାତର ଦ୍ୱିତୀୟ ବିଜୟ ହାସଲ କରିଛି । ଏହା ସହିତ ଅଲିମ୍ପିକ୍ସ ପାଇଁ ରାସ୍ତା ସଫା କରିଛି । ଗତକାଲି ପୁରୁଷ ଦଳ ୪-୨ ଗୋଲ୍ରେ ରୁଷିଆକୁ ହରାଇଥିଲା ।
ମୋଟ୍ ଦୁଇଟି ମ୍ୟାଚ୍ରେ ୯-୩ ଗୋଲ୍ରେ ବିଜୟୀ ହୋଇ ଭାରତୀୟ ପୁରୁଷ ଦଳ ଏହି ସଫଳତା ହାସଲ କରିଛି ।