Odia News Portal

ବୁଦା ମୂଳରୁ ନବଜାତ ଶିଶୁ ଉଦ୍ଧାର

ଭୁବନେଶ୍ବର : କେନ୍ଦୁଝର ଜିଲ୍ଲା ପାଟଣା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ମାନପୁର-ଡେଣୁଆ ନିକଟ ରାସ୍ତାର  ଖମଣସାହି ନିକଟରେ ଥିବା  ଏକ ବୁଦାମୂଳରୁ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି ।

ଉଦ୍ଧାର ନବଜାତ ଶିଶୁପୁତ୍ରଟିକୁ ସ୍ଥାନୀୟଲୋକ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛିନ୍ତ । କିନ୍ତୁ କିଏ ଓ କାହିଁକି ଶିଶୁପୁତ୍ରଟିକୁ ରାସ୍ତା କଡ଼ରେ  ଫିଙ୍ଗିଦେଇଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।