Odia News Portal

ସାଇକେଲ ଯୋଗେ ଦୁଇ ଛାତ୍ରୀଙ୍କ ଭାରତ ଭ୍ରମଣ

ଭୁବନେଶ୍ବର : ଜନ ସଚେତନତା ପାଇଁ ଭାରତ ଭ୍ରମଣ । ତାହା ପୁଣି ସାଇକେଲ ଯୋଗେ । ଏଭଳି  ଭ୍ରମଣରେ ଆସିଛନ୍ତି ଦୁଇ ଜଣ କଲେଜ ପଢୁଆ ଛାତ୍ରୀ । ଏହି ଛାତ୍ରୀ ଦୁଇଜଣ ବିହାରର ଆସ୍ଥା ଠାକୁନ ଏବଂ ତାଙ୍କ ସାଙ୍ଗ । ବୃକ୍ଷ ରୋପଣ, ପ୍ଲାଷ୍ଟିକ ବର୍ଜନ, ପରୋପକାରୀ, ଲୋପ-ପାଇଯାଉଥିବା ବନ୍ୟପ୍ରାଣୀଙ୍କ ପୁନରୁଦ୍ଧାର, ଗାନ୍ଧିଜୀଙ୍କ ନୀତି ଆଦର୍ଶ, ଗ୍ଲୋବାଲ ୱାର୍ମିଂ ପାଇଁ ଜନ ସଚେତନତା ସୃଷ୍ଟି କରିବା ଏମାନଙ୍କର ମୂଖ୍ୟ ଉଦ୍ଦେଶ୍ୟ ।

ବର୍ତ୍ତମାନ ପର୍ଯ୍ୟନ୍ତ ୧୦ ହଜାର କିଲୋମିଟର ରାସ୍ତା ଅତିକ୍ରମ କରିସାରିଲେଣି । ବିଭିନ୍ନ ଛକ, ବସଷ୍ଟାଣ୍ଡମାନଙ୍କରେ ଏମାନେ ଅଟକି ଲୋକମାନଙ୍କୁ ବିଭିନ୍ନ କଥା ବୁଝାଇ ଜନ ସଚେତନତା ସୃଷ୍ଟି କରୁଛନ୍ତି । ବିହାର ରାଜ୍ୟର ଆସ୍ଥା ଠାକୁନ ଏବଂ ତାଙ୍କ ସାଙ୍ଗଙ୍କର ଏଭଳି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି ।