ଏସବିଆଇ ଗ୍ରୀନ ମାରାଥନ ୨୦୧୯ ଆରମ୍ଭ By swadhikarnews Last updated Feb 3, 2019 ଭୁବନେଶ୍ବର (ଚକ୍ରଧର ମାଝି ) : ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସବିଆଇ ଗ୍ରୁପ ତରଫରୁ ଆୟୋଜିତ ହୋଇଛି ଏସବିଆଇ ଗ୍ରୀନ ମାରାଥନ ୨୦୧୯ । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଏସବିଆଇ ସିଜିଏମ ପ୍ରବୀଣା କାଲା ଉଦଘାଟନ କରିଥିଲେ । ଭାରତୀୟ ମହିଳା ଫୁଟବଲ ଦଳର ପୂର୍ବତନ ଅଧିନାୟକ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଆଥଲେଟ୍ ଅନୁରାଧା ବିଶ୍ୱାଳ, ହକୀ ତାରାକା ପ୍ରବୋଧ ତିର୍କୀଙ୍କ ସହ କଳ୍ପନା ଦାଶ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ତିନୋଟି ପର୍ୟ୍ୟାୟରେ ଏହି ଗ୍ରୀନ ମାରାଥନ ଆୟୋଜିତ ହୋଇଥିଲା । ପ୍ରଥମେ ୨୧ କିଲୋମିଟର, ଦ୍ୱିତୀୟରେ ୧୦ କିଲୋମିଟର ଏବଂ ତୃତୀୟରେ ୫ କିଲୋମିଟର ପ୍ରତିଯୋଗୀତା ହୋଇଥିଲା । ସାରା ଦେଶରୁ ମୋଟ ୩ ହଜାରରରୁ ଅଧିକ ପ୍ରତିଯୋଗୀ ଏହି ମାରାଥନରେ ସାମିଲ ହୋଇଥିଲେ । ବିଜୟ ଲାଭ କରିଥିବା ପ୍ରଥମ ପ୍ରତିଯୋଗୀକୁ ୨୦ ହଜାର, ଦ୍ୱିତୀୟ ପ୍ରତିଯୋଗୀଙ୍କୁ ୧୫ ହଜାର ଓ ତୃତୀୟ ପ୍ରତିଯୋଗୀଙ୍କୁ ୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି Share