ଭୁବନେଶ୍ୱର : ଆଜି ବହୁଜନ ସମାଜ ପାର୍ଟି ବା ବିଏସପିରେ ଯୋଗ ଦେଇଛନ୍ତି ବହିଷ୍କୃତ ହୋଇଥିବା ପୂର୍ବ କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ । ସେ ଭୁବନେଶ୍ୱର ଲୋୟର ପିଏମଜିରେ ଆୟୋଜିତ ମିଶ୍ରଣ ପର୍ବରେ ବିଏସପିରେ ଯୋଗ ଦେଲେ ।
କୃଷ୍ଣ ସଗରିଆ କୁନ୍ଦୁଲି ପୀଡିତାଙ୍କୁ ନ୍ୟାୟ ନ ମିଳିବା ହେତୁ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ସେ ଲଗାତାର ଭାବେ ଦଳବିରୋଧୀ ମନ୍ତବ୍ୟ ଦେଇଥିଲେ । ଫଳରେ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିଲା । ଆଜି ସେ ବିଧିବଦ୍ଧ ଭାବେ ବିଏସପି ରାଜ୍ୟ ପ୍ରଭାରୀ ଧରମବୀର ସିଂଙ୍କ ଉପସ୍ଥିତିରେ ଦଳରେ ଯୋଗଦେବେ ବୋଲି ପୂର୍ବରୁ ସୂଚନା ଦେଇଥିଲେ
