Odia News Portal

ଘନୀଭୂତ ହେଉଛି ଲଘୁଚାପ, ୮ରୁ ହୋଇପାରେ ବର୍ଷା

ଭୁବନେଶ୍ବର : ଘନୀଭୂତ ହେଉଛି ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ । ୱେଲ୍ ମାର୍କଡ ଲୋ-ପ୍ରେସରରେ ପରିଣତ ହେଲା ଲଘୁଚାପ । ଅଧିକ ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସମ୍ଭାବନା । ୬ ଘଣ୍ଟା ଭିତରେ ଅବପାତର ରୂପ ନେବା ଆକଳନ କରାଯାଉଛି ।

ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ରୂପ ନେବା ସହ ୪୮ ଘଣ୍ଟା ମଧ୍ୟରେ ଘୂର୍ଣ୍ଣିଝଡରେ ପରିଣତ ହେବାର ସମ୍ଭାବନା ରହିଛି । ପ୍ରଭାବରେ ଆଣ୍ଡାମାନରେ ବର୍ଷା ଲାଗି ରହିଛି । ଆଜି ଏନେଇ ସ୍ପଷ୍ଟ ହେବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।