Odia News Portal

ନାଡା ପକ୍ଷରୁ ୪ ବର୍ଷ ବାସନ୍ଦ ହେଲେ କେ. ରବି କୁମାର

ଭୁବନେଶ୍ବର : ଓଡିଆ ଭାରୋତ୍ତୋଳକ କେ. ରବି କୁମାର ଡୋପ୍ ଟେଷ୍ଟରେ ଧରାପଡିଛିନ୍ତି । ନ୍ୟାସନାଲ ଆଣ୍ଟି ଡୋଂପି ଏଜେନ୍ସ ବା ନାଡା ପକ୍ଷରୁ କେ.ରବିକୁମାରଙ୍କୁ ବାସନ୍ଦ କରାଯାଇଥିବା ସୂଚନା ରହିଛି ।

କେ. ରବିକୁମାର ୨୦୧୦ ରାଜ୍ୟଗୋଷ୍ଠୀ କ୍ରାଡାର ୬୯ କେଜି ବର୍ଗରେ ସୂର୍ଣ୍ଣ ପଦକ ଜିତିଥିଲେ । ସେହିପରି ୨୦୧୪ ରାଜ୍ୟଗୋଷ୍ଠୀ କ୍ରାଡରେ ମଧ୍ୟ ଏକ ରୌପ୍ୟ ପଦକ ଜିତିଥିଲେ । ଆସନ୍ତା ୨୦୨୦ରେ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସରୁ ବାଦ ପଡିପାରନ୍ତି  କେ.ରବି କୁମାର ।