Odia News Portal

ଅମିତ ଶାହାଙ୍କ ପୋଡା ଟ୍ରାନ୍ସଫରର କଡା ଜବାବ ରଖିଲେ ନବୀନ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଡ଼ା ଜବାବ ଦେଇଛନ୍ତି। ଅମିତ ଶାହଙ୍କ ବିଜେଡିକୁ ଉପାଡ଼ି ଫୋଫାଡି ଦେବା ଆହ୍ଵାନ ପ୍ରସଙ୍ଗରେ ନବୀନ କହିଛନ୍ତି, ୨୦୧୯ ନିର୍ବାଚନ ଫଳ ସ୍ପଷ୍ଟ କରିବ କିଏ କାହାକୁ ଫୋଫାଡୁଛି। ନିର୍ବାଚନରେ ଆମେ ବହୁ ସଂଖ୍ୟାରେ ଜିତିବୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି। ବିଜେଡିକୁ ଅମିତ କଂଗ୍ରେସର ‘ବି’ ଟିମ୍‌ କହିବା ଉପରେ ନବୀନ ମତ ଦେଇଛନ୍ତି। ନବୀନ କହିଛନ୍ତି, ଆମେ ସମଦୂରତାରେ ଅଛୁ ଏବଂ ଆମେ ଆମର ‘ଏ’ ଟିମ୍‌। ଅମିତଙ୍କ ପୋଡ଼ା ଟ୍ରାନ୍ସଫରମର ଆକ୍ଷେପ ଉପରେ ନବୀନ କହିଛନ୍ତି, ପୋଡା ଟ୍ରାନ୍ସଫରମର କିଏ, ତାହା ବି ନିର୍ବାଚନ ପରେ ଜଣାପଡ଼ିବ। ସୂଚନାଯୋଗ୍ୟ ବିଜେପିର ବରିଷ୍ଠ ନେତା ଅମିତ ଶାହା ରବିବାର ପୁରୀର ତାଳବଣିଆ ଠାରେ ବିଜେଡିକୁ ଟାର୍ଗେଟ କରିଛନ୍ତି। ଶାହ। ଶାହ କହିଛନ୍ତି, ଓଡ଼ିଶାର ଦାୟିତ୍ୱ ବିଜେପି ଦିଆଯାଉ, ଆମେ ଦେଶର ବିକାଶଶୀଳ ରାଜ୍ୟରେ ପରିଣତ କରି ଦେଖାଇବୁ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ବୁଝିପାରନ୍ତି ନାହିଁ, ତେଣୁ ସେ ଓଡ଼ିଶାର ବିକାଶ କରିପାରିବେ ନାହିଁ ବୋଲି ଶାହା କହିଛନ୍ତି। ଶାହା ବିଜେଡି ସମେତ କଂଗ୍ରେସ ଉପରେ ମଧ୍ୟରେ କଟୁ ମନ୍ତବ୍ୟ ଦେଇଛନ୍ତି। କଂଗ୍ରେସ ଓଡ଼ିଶାରେ ଦୀର୍ଘ ଦିନ ପର୍ଯ୍ୟନ୍ତ କ୍ଷମତାରେ ରହି ମଧ୍ୟ ରାଜ୍ୟର ବିକାଶ କରିପାରି ନାହିଁ।