ଦେବଗଡ଼ : ଦେବଗଡ ଜିଲ୍ଲା କଂସର ସେକ୍ସନ ଫରେଷ୍ଟର ପ୍ରସନ୍ନ କୁମାର ମିଶ୍ର କେଶ ରଫା ଦଫା କରିବାପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସୂଚନାଯୋଗ୍ୟ ଯେ, ଦେବଗଡ ଜିଲ୍ଲା କଂସର ସେକ୍ସନ ଫରେଷ୍ଟର ପ୍ରସନ୍ନ କୁମାର ମିଶ୍ର ମଙ୍ଗଳବାର ଅରୁଣ ସମାଦିଆ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ କେଶ ରଫା ଦଫା କରିବାପାଇଁ ତିନି ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ।
ଗତ ଅକ୍ଟୋବର ୨୧ ତାରିଖରେ ଭକ୍ତପଡା ଗାଁ ଅରୁଣ ସମାଦିଆ ନାମକ ଜଣେ ବ୍ୟକ୍ତି ଜଙ୍ଗଲ ରୁ ଗଛ କାଟି ଆଣିବା ସମୟରେ ଜଙ୍ଗଲ ବିଭାଗ କର୍ମଚାରୀ ତାଙ୍କୁ ଧରିଥିଲେ। ପରେ ଏହି କେଶକୁ ରଫା ଦଫା କରିବାପାଇଁ କଂସର ସେକ୍ସନ ଫରେଷ୍ଟର ପ୍ରସନ୍ନ କୁମାର ମିଶ୍ର ଆଠ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।
ଶେଷରେ ଟଙ୍କା ଦେଣନେଣ ତିନି ହଜାର ଟଙ୍କା ରେ ଛିଣ୍ଡିଥିଲା ବେଳେ ଅରୁଣ ଏନେଇ ଭିଜିଲାନ୍ସ ବିଭାଗକୁ ଅବଗତ କରିଥିଲେ। ମଙ୍ଗଳବାର ଅରୁଣ ଫରେଷ୍ଟର ପ୍ରସନ୍ନ କୁମାର ମିଶ୍ର ଙ୍କୁ ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ବିଭାଗ ଲାଞ୍ଚ ଟଙ୍କା ସହ ତାଙ୍କୁ ଧରିଥିଲେ । ବୁଧବାର ପ୍ରସନ୍ନଙ୍କୁ ସମ୍ବଲପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ରେ ହାଜର କରାଯିବ । ଅନ୍ୟ ପକ୍ଷରେ ଅଭିଯୁକ୍ତ ଫରେଷ୍ଟର ପ୍ରସନ୍ନ କୁମାର ମିଶ୍ର ଲାଞ୍ଚ ନେବା ଅଭିଯୋଗକୁ ଅସ୍ବୀକାର କରିବା ସହ ଏହା ତାଙ୍କ ବିରୋଧରେ କାଠ ମାଫିଆ ଙ୍କ ଚକ୍ରାନ୍ତ ବୋଲି କହିଛନ୍ତି ।
