Odia News Portal

ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣି ହତ୍ୟା ଉଦ୍ୟମ

ଭୁବନେଶ୍ବର :  ଭୁବନେଶ୍ବର ପାସପୋର୍ଟ ଅଫିସ ଆଗ ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣି ହତ୍ୟା ଉଦ୍ୟମ। ଘଟଣାସ୍ଥଳରେ ନୂଆପଲ୍ଳୀ ଥାନ ଅଧିକାରୀ ପହଞ୍ଚି ଯିବାରୁ ଅଳ୍ପକେ ବର୍ତ୍ତି ଗଲେ ଯୁବକ। ଆହତ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ଆଜି ଦିନ ପ୍ରାୟ ୧୦ଟା ବେଳେ ନୂଆପଲ୍ଲୀ ଥାନ ଅନ୍ତଗତ ପାର୍ସପୋର୍ଟ ଅଫିସ ସମ୍ମୁଖରେ ଯୁବକଙ୍କୁ ଗୋଡେଇ ଗୋଡେଇ ହତ୍ୟା ଉଦ୍ୟମ କରାଯାଇଛି। ଏହି ଘଟଣା ଘଟିବା ସମୟରେ ନୟାପଲ୍ଲୀ ଥାନ ଆଇଆଇସି ସେହି ରାସ୍ତା ଦେଇଯାଉଥିବାରୁ ସେ ଘଟଣା ସ୍ଥଳରେ ଅଟକି ଯାଇଥିଲେ। ଏହା ପରେ ଆହତ ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ  ଭର୍ତ୍ତି କରାଯାଇଛି । ଯୁବକ ଜଣ ପ୍ରମୋଦ ସାହୁ ଓରଫ କାହ୍ନାଙ୍କୁ ବୋଲି ପରିଚୟ ମିଳିଛି। ଆକ୍ରମଣ ଘଟଣାରେ ପୋଲିସ ଜଣଙ୍କୁ କାବୁ କରିଥିବା ବେଳେ ଅନ୍ୟ ଜଣେ ଯୁବକ ଫେରାର ହୋଇଛି ।  କାହ୍ନଙ୍କୁ ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି। ତେବେ ନୟାପଲ୍ଲୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।