ଭବାନୀପାଟଣା : ଅସହାୟ ଗରିବଙ୍କ ପାଇଁ ସରକାରଙ୍କ ଗଣ୍ଡା ଗଣ୍ଡା ଯେ।ଜନା । କିନ୍ତୁ ଯେ।ଜନା କେତେଦୂର କାର୍ଯ୍ୟକାରୀ ହେଉଛି ତାକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠେ । ୮୫ ବର୍ଷ ବୟସରେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ଜଣେ ବୃଦ୍ଧା । ଭବାନୀପାଟଣା ସଦର ମହକୁମା ବାହାଦୂର ବଗିଚା ପଡାରେ ରାସ୍ତାକଡରେ ପଡି ରହିଥିଲେ ସନ୍ଧ୍ୟା ।
ଚାଲିବାକୁ ବଳ ନାହିଁ, କିଛି କରିବାକୁ ସାମର୍ଥ୍ୟ ନାହିଁ । ବଞ୍ଚିବାକୁ ସଂଘର୍ଷ ଚଳାଇଛନ୍ତି ୮୫ ବର୍ଷୀୟା ବୃଦ୍ଧା । ୮ବର୍ଷ ତଳୁ ସ୍ବାମୀଙ୍କ ଦେହାନ୍ତ ହେ।ଇସାରିଛି । ଆଗକୁ ପଛକୁ କେହି ନାହିଁ । ସେଥିରେ ପୁଣି ରେ।ଗ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବାହାଦୂର ବଗିଚା ପଡାରେ ରାସ୍ତା କଡରେ ପଲିଥିନ୍ ତଳେ ପଡି ରହିଛନ୍ତି ଅସହାୟ ବୃଦ୍ଧା । କିଏ ମୁଠାଏ ଦେଲେ ଖାଉଛନ୍ତି, ନହେଲେ ଓପାସ । ହେଲେ ଆଜି ଯାଏ ତାଙ୍କ ଉପରେ କାହାର ନଜର ପଡିନି । ମାସକୁ ୩ ଶହ ଟଙ୍କା ଭତ୍ତା ପାଉଥିବା ବେଳେ ସେତିକିରେ ଘର ଖଣ୍ଡ କରିବାର ସାହାସ ଜୁଟାଇ ପାରୁନାହାନ୍ତି ସନ୍ଧ୍ୟା ।
ସନ୍ଧ୍ୟାଙ୍କ ଏଭଳି ଅବସ୍ଥା ଦେଖି ଦୁଃଖ ପ୍ରକାଶ କରିଛନ୍ତି ସ୍ଥାନୀୟ ଲେ।କେ । ତାଙ୍କ ଗୋଡର କ୍ଷତକୁ ଦେଖି ସ୍ଥାନୀୟ ସହୃଦୟ ଯୁବକ ସୁଜିତ ନାଏକ ତାଙ୍କୁ ହସ୍ପିଟାଲକୁ ନେଇ ଚିକିତ୍ସା କରିଥିଲେ । ହେଲେ ଚିକିତ୍ସା ସହ ବୃଦ୍ଧା ବୟସରେ ତାଙ୍କୁ ସ୍ଥାୟୀ ଆଶ୍ରାର ଆବଶ୍ୟକତା ରହିଛି । ଏ ନେଇ ଭବାନୀପାଟଣା ପୌରପରିଷଦ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ । ସବୁ ଶୁଣିବା ପରେ ସେ ବୃଦ୍ଧାଙ୍କ ଥଇଥାନ ପାଇଁ ବ୍ୟବସ୍ଥା କରିବେ ବେ।ଲି କହିଛନ୍ତି ।
ଗରିବ ନିରାଶୟ ମାନଙ୍କ ପାଇଁ ଯୋଜନା ପରେ ଯୋଜନା ଖଞ୍ଜିଦିଆଯାଉଛି । କିନ୍ତୁ ପ୍ରଶାସନିକ ଅଧିକାରୀ ଓ ଜନ ପ୍ରତିନିଧିମାନଙ୍କ ବାହାସ୍ଫୋଟ ମାରୁଉନ୍ତି । ବା ସରକାରଙ୍କ ପାଇଁ ସନ୍ଧ୍ୟାଙ୍କ ଭଳି ଅସହାୟ ମହିଳାଙ୍କ ଅଟହାସ୍ୟ ନୁହେଁ କି ? ।
ମାନବିକତା ବଚିଂଛି ବୋଲି ରାମ ଓ ସୁଜିତ ଭଳି ଲୋକଙ୍କ ପାଇଁ ସଂନ୍ଦ୍ୟା ଆଜି ପର୍ଯ୍ୟନ୍ତ ବଞ୍ଚି ପାରିଛନ୍ତି । ହଲେ ସମାଜ ର ଏଭଳି ଅସହାୟ ଙ୍କ ପାଇଁ ଯେଉ ମାନଙ୍କ ଦାୟିତ୍ବ ରହିଛି ସେମାନଙ୍କ ଆନ୍ତିରିକତା ଅଭାବ ପାଇଁ ଏତେ ଯୋଜନା ସତ୍ବେ ସଂନ୍ଦ୍ୟା ଙ୍କୁ ଉଦ୍ଧାର କରାଯାଇପାରି ନାହିଁ । ଅମେ କହୁଛୁ ନିର୍ବ।ଚିତ ପ୍ରତିନିଧି , ସରକାରୀ ବାବୁ ତଥା ସରକାର ଯୋଜନା ରେ ଅବଗତ ଥିବା ସହରୀ ମଣିଷ ଙ୍କ ବିଷୟ ରେ ଯେଉଁ ମାନଙ୍କ ନିରବତା ସଭ୍ୟ ସମାଜ ରେ ଏହି ଅସହାୟତା ଚିତ୍ର ଦେଖିବାକୁ ପଡିଥାଏ ।
