ଭୁବନେଶ୍ୱର : ଏକ ନମ୍ବର ହାଟରେ ବ୍ୟବସାୟ କରୁଥିବା ଜଣେ ଲୋକ ବିଏମ୍ସି ଘରକୁ ମାଡିବସି ଭଡା ଲଗାଇଦେଲେ ।
ମାସିକ ଲକ୍ଷ ଲକ୍ଷ ଟଙ୍କା ଭଡା ଆଦାୟ କରି ସରକାରଙ୍କୁ ୫୫୦୦ ଟଙ୍କା ଦେଇ ସରକାରଙ୍କୁ ବାୟା କରି ବାକି ସବୁ ଚଳୁ
କରିଦେଲେ । ହେଲେ ବର୍ଷ ବର୍ଷ ଧରି ସରକାରୀକଳ ତାଙ୍କୁ ସେଠାରୁ ହଟାଇ ପାରିଲା ନାହିଁ । ଶେଷରେ ଯେତେବେଳେ ପରିବା ବେପାରୀ ମାତିଲେ ସେତେବେଳେ ଅସଲ ଘଟଣା ପଦାକୁ ଆସିବା ସହିତ ବିଏମ୍ସି ମଣ୍ଡପକୁ ନିଜ ଦଖଲକୁ ନେଲେ ।
ଲୋକସେବା ଭବନ ନିକଟରେ ଥିବା ଏକ ନମ୍ବର ହାଟରେ ଏଭଳି କାରନାମା କରିଥିବା ଗୟାଧର ସ୍ୱାଇଁଙ୍କୁ ନେଇ
ଯେତିକି ଆଲୋଚନା ହେଉନାହିଁ କାହା ଦୟାରେ ସିଏ ସରକାରଙ୍କୁ ଏଭଳି ବାୟା କଲେ ତାହାକୁ ନେଇ ଚର୍ଚ୍ଚା । ଜଣେ ମନ୍ତ୍ରୀଙ୍କ ଦୟାରୁ ଗୟା ସରକାରଙ୍କୁ ବାୟା କରିଦେଲେ ବୋଲି ହାଟସାରା ଜୋରଦାର ଆଲୋଚନା । ଏକ ନମ୍ବର ହାଟରେ ଥିବା ଗଣେଶ ମନ୍ଦିରର ଉପର ମହଲାକୁ ଗୟାଧର ସ୍ୱାଇଁ ଭଡାରେ ଲଗାଇ ମାସିକ ଯେଉଁ ଲକ୍ଷାଧିକ ଟଙ୍କା ଆଦାୟ କରୁଥିଲେ ସେଥିରୁ ଏହି ମନ୍ତ୍ରୀ ଜଣଙ୍କ ମାସିକିଆ କମିଶନି ନେଇ ଯାଉଥିଲେ । ଏଥି ସହିତ ଗୟା ବି ଅନେକ ସମୟରେ ମବୀଙ୍କ ଭଲମନ୍ଦ ବୁଝୁଥିଲେ । ମନ୍ତ୍ରୀଙ୍କ ଦୟାରେ ଥିବା ଗୟା ବି ଶାସକଦଳର ରାଜନୀତିରେ ବେଶ୍ ସକି୍ରୟ । ଗୟାଙ୍କ ପତ୍ନୀ ମହାମାୟା ଥିଲେ
ଶାସକଦଳର କର୍ପୋରେଟର । ଅବଶ୍ୟ ଦୀର୍ଘଦିନରୁ ସେ ଆଉ ସେହି ପଦରେ ନାହାନ୍ତି । ହେଲେ ଗୟା କନ୍ତୁ ତାଙ୍କର ଦବ୍ଦବା
ଜାରି ରଖିଛନ୍ତି ।
ଗୟାଙ୍କ ପଛରେ ଥିବା ଦୟାବାନଙ୍କ ଗୁମର ଖୋଲିଛନ୍ତି କିନ୍ତୁ ଏକ ନମ୍ବର ହାଟର ପରିବା ବ୍ୟବସାୟୀ । କଞ୍ଚା
ପରିବା ବ୍ୟବସାୟୀ ସଂଘର ନେତା କବିରାଜ ସ୍ୱାଇଁ ସିଧାସଳଖ ଗୟାଙ୍କ ଜବରଦଖଲ ନେଇ ଥାନାରେ ଅଭିଯୋଗ କରିବା
ସହିତ ବିଏମ୍ସି ନିକଟରେ ବି ଅଭିଯୋଗ ଆଣିଛନ୍ତି । ତେବେ ପରିବା ବ୍ୟବସାୟୀଙ୍କ ଚାପରେ ଅବଶ୍ୟ ବିଏମ୍ସି କର୍ତ୍ତୃପକ୍ଷ
ଗଣେଶ ମନ୍ଦିରକୁ ଦଖଲକୁ ନେବା ସହିତ ଦୁଇ ଦୁଇ ଥର ତାଲା ପକାଇଛନ୍ତି ।
ତେବେ ପ୍ରଶ୍ନ ଉଠୁଛି ଯେ ଜଣେ ହାଟ ବ୍ୟବସାୟୀ ଏତେ ପ୍ରକାର କାରନାମା ଚଳାଇଥିବାବେଳେ ପ୍ରଶାସନ ଜାଣିପାରୁ
ନଥିଲା ନା ସବୁ ଜାଣି ଗୟାଙ୍କ ଉପରେ ଦୟା ପରବେଶ ହୋଇଥିବା ମବୀଙ୍କ ଇଙ୍ଗିତରେ କାମ କରୁଥିଲା । ଆଲୋଚନା
ଅନୁଯାୟୀ ମବୀ ଦୟାରେ ଯେ ଗୟା ସବୁକିଛି ଚଳାଇଛି ସେକଥା ସମସ୍ତେ ଜାଣିଥିଲେ । ରାଜନୀତିର ଗଳିକନ୍ଦିରେ ଏହା
ଆଲୋଚନା ହେଉଥିଲା । ହେଲେ ସେତେବେଳେ ମବୀଙ୍କ କାଟ୍ତି ଥିବାରୁ ପ୍ରଶାସନ ହାତମାରି ପାରୁନଥିଲା । କିନ୍ତୁ ଏବେ ମନ୍ତ୍ରୀ ଏକ ପ୍ରକାର ପାୱାରଲେସ୍ ହୋଇଥିବା ଜାଣି ବିଏମ୍ସି କାର୍ଯ୍ୟାଅନୁଷ୍ଠନ ଆରମ୍ଭ କଲା ।
ତେବେ ଖୋଦ୍ ରାଜଧାନୀ ହାଟରେ ମନ୍ତ୍ରୀଙ୍କ ଦୟାରେ ଗୟା ଯେଭଳି ୨୦୦୯ ମସିହାରୁ ଗୋଟିଏ ବଡ ଘରକୁ ଏନ୍ଜିଓକୁ ଭଡା ଦେଇ ସରକାରଙ୍କୁ ବାୟା କଲା ତାହା ଏବେ ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛି । ହାଟର ଛୋଟ ବଡ ସମସ୍ତ ବ୍ୟବସାୟୀ ଏବେ ଗୟା ଓ ତାହା ଉପରେ ଦୟା ପରବେଶ ହୋଇଥିବା ମନ୍ତ୍ରୀଙ୍କ ସଂକ୍ରାନ୍ତରେ ଆଲୋଚନା କରୁଛନ୍ତି । ଧିରେ ଧିରେ ଏମାନଙ୍କ ସମ୍ପର୍କରେ ବଜାରକୁ ନୂଆ ନୂଆ ତଥ୍ୟ ଆସିବ ବୋଲି ଏକ ନମ୍ବର ହାଟରେ ଚର୍ଚ୍ଚା ଚାଲିଛି
