Odia News Portal

ମାଓବାଦୀଙ୍କ ବ୍ୟାନର ଓ ପୋଷ୍ଟେର ଠାବ

ମୁନିଗୁଡା :  ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ବିଜାବାଣ୍ଡଳୀ ଛକ ନିକଟରେ ମାଓବାଦୀଙ୍କ ବ୍ୟାନର ଓ ପୋଷ୍ଟେର ଠାବ ହୋଇଛି । ବଂଶଧାର ଘୁମୁସର ଓ ନାଗାବଳୀ ମାଓ ଡିଭିଜନ ତରଫରୁ ପୋଷ୍ଟର ଲଗାଯାଇଛି ସୂଚନା।

ସୂଚନାଯୋଗ୍ୟ ଯେ, ଅମ୍ବାଦଳା ଥାନା ଅନ୍ତର୍ଗତ ବିଜାବାଣ୍ଡଳୀ ଛକ ନିକଟରେ ଲାଗିଥିବା ପୋଷ୍ଟର ଓ ବ୍ୟାନରରେ କାଶ୍ମୀରବାସୀଙ୍କ ସ୍ବାଧୀନତା ଲଢେଇରେ ସାଧାରଣଲୋକଙ୍କୁ ସାମିଲ ହେବା ପାଇଁ ଆହ୍ବାନ। ପୋଷ୍ଟରରେ ରାୟଗଡା ଏସ୍‌ପିଙ୍କ ଦ୍ବାରା ମାଓନେତ୍ରୀ ରିଙ୍କିଙ୍କ ଆତ୍ମସମର୍ପଣ ଘୋଷଣାକୁ  ବିରୋଧ କରାଯାଇଛି। ଏସ୍‌ପି  ମାଓନେତ୍ରୀ ରିଙ୍କିକୁ ଗତମାସ ୨୩ ତାରିଖରେ ଖମରି ଗାଁରୁ ଉଠାଇ ନେଇଥିଲେ, କିନ୍ତୁ ପରେ ଆତ୍ମସମର୍ପଣ କରିଥିବାର କଥା ଏଥିରେ ଉଲ୍ଲେଖ ରହିଛି । ଘଟଣାସ୍ଥଳରୁ ୪ଟି ମାଓ ପୋଷ୍ଟର ସହ ଗୋଟିଏ ବ୍ୟାନର ଦେଖିବାକୁ ମିଳିଛି ।