ଚାନ୍ଦବାଲି : ବାତ୍ୟା ‘ବୁଲବୁଲ’ ତାଣ୍ଡବରେ ଧ୍ବସ୍ତବିଧ୍ବସ୍ତ ହୋଇଛି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ୍ । ଆଜି କେନ୍ଦ୍ରାଞ୍ଚଳ ଆରଡ଼ିସି ଏବଂ ଉପଜିଲ୍ଲାପାଳ ଚାନ୍ଦବାଲି ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ବ୍ଲକ୍ କାର୍ଯ୍ୟାଳୟରେ ବିଜୁଳି, କୃଷି, ପାନୀୟ ଜଳ, ରାଜସ୍ବ ବିଭାଗ, ସ୍ବାସ୍ଥ୍ୟ, ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀମାନଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି ।
ଦିନେ ଦୁଇ ଦିନ ଭିତରେ ବିଜୁଳି ସଂଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ରାସ୍ତାରେ ପଡିଥିବା ଗଛ ଗୁଡିକୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଆରଡିସି । ଆରଆଇ ଓ ତହସିଲଦାରଙ୍କୁ ପ୍ରତି ପଞ୍ଚାୟତରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି ।
୭ଦିନ ମଧ୍ୟରେ ସମସ୍ତ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିବେ କ୍ଷେତ୍ର ପରିଦର୍ଶନରେ ଯାଇଥିବା ଅଧିକାରୀ । ଚାଷ କାର୍ଯ୍ୟରେ ବ୍ୟାପକ କ୍ଷତି ହୋଇଥିବାରୁ କୃଷି ବିଭାଗ ୩ଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ପ୍ରଦାନ କରିବାକୁ ଆରଡିସି ନିର୍ଦ୍ଦେଶ ଦେଇଛନ୍ତି ।
