ପାରାଦୀପ : ଆଉ ମାତ୍ର ଗୋଟିଏ ଦିନପରେ ପାରାଦୀପ ପ୍ରସିଦ୍ଧ କଳିଙ୍ଗ ବାଲିଯାତ୍ରା । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିଲା ବ୍ୟାପକ ପ୍ରସ୍ତୁତି, ହେଲେ ‘ବୁଲବୁଲ’ ବାତ୍ୟାରେ ସବୁ ଭାଙ୍ଗି ପଡିଛି । ପ୍ରଶାସନ ପକ୍ଷରୁ ଚାଲିଛି ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ।
କାଲିଠାରୁ ଆରମ୍ଭ ହେବ ପାରାଦୀପ ପ୍ରସିଦ୍ଧ କଳିଙ୍ଗ ବାଲିଯାତ୍ରା । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ଓ ବାଲିଯାତ୍ରା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ହେଲେ ବୁଲବୁଲ ବାତ୍ୟାରେ ଟେଣ୍ଟଠାରୁ ଆରମ୍ଭ କରି ଷ୍ଟଲମାନ ସବୁ ଭାଙ୍ଗିଦେଇଛି । ବାଲିଯାତ୍ରାକୁ ମାତ୍ର ଆଉ ଗୋଟିଏ ଦିନ ରହିଥିବା ବେଳେ ପ୍ରଶାସନ ପକ୍ଷରୁ ଚାଲିଛି ଯୋରଦାର ପ୍ରସ୍ତୁତି । କଳିଙ୍ଗ ବାଲିଯାତ୍ରାକୁ ସରସ ସୁନ୍ଦର କରିବା ପାଇଁ ଫୁଲ ଦମ୍ ରେ ଚାଲିଛି କାମ ।
୧୧ରୁ ଆରମ୍ଭ ହୋଇ ୧୮ ଯାଏଁ ଚାଲିବ ବାଲିଯାତ୍ରା । ବ୍ୟବସାୟୀଙ୍କୁ ଦୃଷ୍ଟିରେ ରଖି ବ୍ୟବସାୟୀ ଷ୍ଟଲ ବୃଦ୍ଧି କରାଯାଇଛି । ଜନସାଧାରଣ ମାନଙ୍କ ପାଇଁ ପାନୀୟ ଜଳ ଯୋଗାଣ, ପରିମଳ ବ୍ୟବସ୍ଥା ସହ ଅଗ୍ନିଶମ ବାହିନୀ ଦ୍ବାରା ପଡିଆରେ ଜମି ରହିଥିବା ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା ହୋଇଛି ।
