Odia News Portal

ଭାଗନେବେ ଛଅଟି ଦଳ

ଭୁବନେଶ୍ବର : ରାଜ୍ୟର ଅଗ୍ରଣୀ କ୍ରୀଡ଼ା ଅନୁଷ୍ଠାନ ଲିଙ୍ଗରାଜ ସ୍ପୋର୍ଟସ ଆସୋସିଏସନ ଆନୁକୂଲ୍ୟରେ ଚଳିତ ମାସ ୧୬ ଓ ୧୭ ତାରିଖରେ ଦ୍ଵାଦଶ ଜାତୀୟ ଦିବାରାତ୍ର ଭଲିଵଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାକୁ ଯାଉଅଛି ।

ଏଥିରେ ରାଜ୍ୟର ଶ୍ରେଷ୍ଠ ଦୁଇଟି ଦଳ ଭୁବନେଶ୍ବର ସ୍ପୋର୍ଟସ ହଷ୍ଟେଲ ଓ ରାଇଜିଙ୍ଗ କ୍ଲବ ରାଉରକେଲା ସହିତ ରାଜ୍ୟ ବାହାରର ଆନ୍ଧ୍ର ପ୍ରଦେଶ ଇଷ୍ଟନ ରେଲୱେ, ଡି.ଏଲ.ଡଵଲ୍ଯୁ ( DLW ) ବାରଣାସୀ, ତାମିଲନାଡୁ ସ୍ପୋର୍ଟସ ହଷ୍ଟେଲ ଯୋଗଦାନ କରୁଛନ୍ତି । ଵିଜେତା ଦଳକୁ ୧୫.୦୦୦ ଓ ଉପବିଜେତା ୧୦.୦୦୦ ହଜାର ଟଙ୍କା ସହିତ ଟ୍ରଫି ପୁରସ୍କାର ପ୍ରଦାନ କରାଯିବ ।