ଭୁବନେଶ୍ବର : ଭିଜିଲାନ୍ସ ପଞ୍ଝାରେ ବରପାଲି ସିଡିପିଓ । ଆଜି ବରଗଡ଼ ଜିଲ୍ଲା ବରପାଲି (ସିଡିପିଓ) ଶିଶୁବିକାଶ ପ୍ରକଳ୍ପ ଅଧିକାରୀ ସଂଯୁକ୍ତା ଲେଙ୍କାଙ୍କ ଘରେ ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଛି । ସୂଚନାଯୋଗ୍ୟ ଯେ, ସଂଯୁକ୍ତା ଲେଙ୍କା ୧୫ଦିନ ହେବ ବରପାଲିରେ ସିଡିପିଓ ଭାବେ ଯୋଗ ଦେଇଥିଲେ। ଏହା ପୂର୍ବରୁ ଅନୁଗୋଳ ବଅଂରପାଳରେ ସିଡିପିଓ ଭାବେ କାର୍ଯ୍ୟରତ ଥିଲେ । ବରଗଡ ପ୍ରଧାନପାଲିରେ ନିଜ ଘର ସମେତ ଭଉଣୀ ରାଜେଶ୍ବରୀ ଲେଙ୍କାଙ୍କ ଘର ବରମଚାରୀ, ପୈତୃକ ଘର, ଭଡା ଦେଇଥିବା କାଳୀମନ୍ଦିର ସ୍ଥିତ ଦୁଇ ମହଲା କୋଠା ଏବଂ ବରପାଲି ସ୍ଥିତ ଅଫିସରେ ଚଢାଉ ଜାରି ରହିଛି । ନିଜ ପୈତୃକ ଘର ସମେତ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ ଚାଲିଥିବା ଜଣାପଡିଛି ।
