Odia News Portal

୧୨ଘଣ୍ଟିଆ ଟିଟିଲାଗଡ଼ ବନ୍ଦ

ଟିଟିଲାଗଡ଼ : ଟିଟିଲାଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ଟିଟିଲାଗଡ଼ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଦୋକାନ, ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ଠପ୍ ହୋଇଯାଇଛି। କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ ସକାଳୁ ସକାଳୁ ପିକେଟିଂ କରି ରାସ୍ତାରୋକ କରିଛନ୍ତି। ଫଳରେ ଜୀବନଯାତ୍ରା ପ୍ରଭାବିତ ହୋଇଛି। ପୂର୍ବରୁ ୯୫ଦିନ ହେଲାଣି ଟିଟିଲାଗଡ଼ କ୍ରିୟାନୁଷ୍ଠାନ କମିଟି ସମସ୍ତ ସରକାରୀ କାର‌୍ୟ୍ୟାଳୟକୁ ତାଲା ପକାଇ ବନ୍ଦ କରିବା ସହ ଧାରଣାରେ ବସିଛନ୍ତି।