Odia News Portal

ଏକାଠି ହେଲେ ସଙ୍ଗଠନ, କଲ୍ୟାଣ ମଣ୍ଡପ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା

ଭୁବନେଶ୍ବର :  ଗତ ୧୯୬୫ ମସିହା ଏପ୍ରିଲ୍ ୧୬ ତାରିଖରେ ଅନ୍ୟ ୧୧ ଗୋଟି ମୌଜା ସହ ନୟାପଲ୍ଲୀ ମୌଜାର ସହର
ଯୋଜନା ଅନ୍ତର୍ଭୁକ୍ତ ଉନ୍ନତି କରଣ ପାଇଁ ଭୁବନେଶ୍ୱର ପୌର ପରିଷଦରେ ଅନ୍ତର୍ଭୁକ୍ତ ହୋଇଥିଲା । ମାତ୍ର ଦୁଃଖର ବିଷୟ
୧୯୬୫ରୁ ୨୦୧୯ ପର୍ଯ୍ୟନ୍ତ ପ୍ରାୟ ୫୪ ବର୍ଷ ବିତି ଯାଇଥିଲେ ମଧ୍ୟ ଉକ୍ତ ୱାର୍ଡ଼ ନଂ-୩୯ରେ କୌଣସି ମୌଳିକ ସୁବିଧା
ଯଥା ସର୍ବସାଧାରଣ ପାର୍କ, ବ୍ୟାୟାମ ଶାଳା, ଖେଳ ପଡ଼ିଆ, ଶିଶୁ ଉଦ୍ୟାନ, ଡ଼ାକ୍ତର ଖାନା, ୱାର୍ଟର ଏ.ଟି.ଏମ୍., ସ୍ଥାୟୀ ପୋଷ୍ଟ
ଅଫିସ୍ ଓ କମ୍ୟୁନିଟି ହଲ୍ ପ୍ରଭୃତି ସୁବିଧା ସୁଯୋଗ ଯୋଗାଇ ଦିଆଯାଇନାହିଁ ।

ପ୍ରକାଶ ଥାଉକି ଏହି ଅଞ୍ଚଳର ପ୍ରାୟ ୧୦୦ ଏକରରୁ ଅଧିକ ସରକାରୀ ଜାଗା ୧୨୦ ଇନ୍ଫାଣ୍ଟୋରି ବାଟାଲିୟନ୍ ଓ କେତେକ ସରକାରୀ କାଯ୍ୟାଳୟ ପାଇଁ ବ୍ୟବହୃତ  କରାଯାଇଅଛି । ଏତଦ୍ ବ୍ୟତୀତ ସର୍ବସାଧାରଣଙ୍କ ପାଇଁ ବ୍ୟବହୃତ ହେଉଥିବା ମାତ୍ର ଏକ ଏକର ୨୨୪ ଡ଼ିସିମିଲି ଜାଗାକୁ  ସରକାରୀ ବାସଗୃହରେ ପରିଣତ କରିବା ପାଇଁ ଚେଷ୍ଟା କରାଯାଉଛି ।  ତେଣୁ ଭଙ୍ଗା ଯାଇଥିବା କଲ୍ୟାଣ ମଣ୍ଡପ ସ୍ଥାନରେ ସର୍ବସାଧାରଣ ପାର୍କ କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦୃଢ଼ ଦାବି କରି ଆସୁଅଛନ୍ତି ଏବଂ ଏ ସମ୍ପର୍କରେ ସ୍ଥାନୀୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ମହୋଦୟ ଓ ଗୃହ, ନଗର  ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ମହୋଦୟ ସଦୟ ସ୍ୱୀକୃତି ପ୍ରଦାନ କରିଛନ୍ତି ।

ଉକ୍ତ ସ୍ଥାନରେ ପାର୍କ ନିର୍ମାଣ ପାଇଁ  ସାଧାରଣ ପ୍ରଶାସନ ବିଭାଗର ଅନୁମତି ପାଇଁ ମାନ୍ୟବର ନଗର ଉନ୍ନୟନ ମନ୍ତ୍ରୀ ମୁଖ୍ୟ ଶାସନ ସଚିବଙ୍କୁ ଏକ ନୋଟ୍ ପ୍ରଦାନ କରିଛନ୍ତି । ମାତ୍ର ସାଧାରଣ ପ୍ରଶାସନ ବିଭାଗ ଟାଳ ଟୁଳ ନୀତି ଅବଲମ୍ବନ ପୂର୍ବକ ଉକ୍ତ ଖାଲି ସ୍ଥାନରେ ବହୁ ତଳ ବିଶିଷ୍ଟ  ସରକାରୀ ବାସଭବନ ନିର୍ମାଣ ସପକ୍ଷରେ ବି·ର କରୁଥିବା କେତେକ ସମ୍ବାଦ ପତ୍ରରେ ପ୍ରକାଶ ପାଇଛି । ପ୍ରସ୍ତାବିତ  ସରକାରୀ ବାସଗୃହ ଅନ୍ୟ କୌଣସି ସ୍ଥାନରେ ନିର୍ମାଣ ହୋଇପାରିବ କିନ୍ତୁ ଖାଲି କଲ୍ୟାଣ ଉତ୍ପପ ସ୍ଥାନରେ ପାର୍କ ନ କଲେ  ୱାର୍ଡ଼ ନଂ-୩୯ରେ ପାର୍କ କରିବା ପାଇଁ ଅନ୍ୟ ଜାଗା ନାହିଁ । ତେଣୁ ଏହି ଖବର ଅଞ୍ଚଳ ବାସୀଙ୍କୁ ବହୁତ ବ୍ୟଥିତ କରିଛି ।

ନୟାପଲ୍ଲୀ ଗୋଟିଏ ବହୁ ପୁରାତନ ଅଞ୍ଚଳ ଓ ଏହି ଅଞ୍ଚଳର ୩୯ ନଂ ୱାର୍ଡ଼ରେ କୌଣସି ମୌଳିକ ସୁବିଧା ନଥିବାରୁ ସମସ୍ତ  ସୁବିଧା ସହିତ ଏକ ସର୍ବସାଧାରଣ ପାର୍କ ନିର୍ମାଣ ନିମନ୍ତେ ଦୃଢ଼ ଦାବି ଜଣାଇ ବରିଷ୍ଠ ନାଗରିକ କଲ୍ୟାଣ ସଂଘ, ଆଞ୍ଚଳିକ  ବିକାଶ କେନ୍ଦ୍ର, ମହାବୀର ସାମାଜିକ ସଙ୍ଗଠନ, ମହାବୀର ପୂଜା କମିଟି, କସ୍ତୁରୀ ମହିଳା ସଙ୍ଗଠନ ଓ ଏଲ.ଏନ୍. ଲାଫ୍ଟର  କ୍ଲବ୍ର ସଦସ୍ୟମାନେ ଉକ୍ତ ଭଙ୍ଗାଯାଇଥିବା କଲ୍ୟାଣ ମଣ୍ଡପ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଥିଲେ ।  ଉକ୍ତ ଧାରଣାରେ ନୂଆସାହି ବରିଷ୍ଠ ନାଗରିକ କଲ୍ୟାଣ ସଂଘର ସଭାପତି ରାହାସ୍ ବିହାରୀ ପାଣି, ସାଧାରଣ  ସମ୍ପାଦକ ଶ୍ୟାମ ସୁନ୍ଦର ସାହୁ, ଯୁଗ୍ମ ସମ୍ପାଦକ ପ୍ରଭାତ କିଶୋର ରାଉତ, ମହାବୀର ସାମାଜିକ ସଙ୍ଗଠନର ସଭାପତି  ରାଧାବଲ୍ଲଭ ବରାଳ, ସାଧାରଣ ସମ୍ପାଦକ ଶ୍ରୀ ମିଲନ କୁମାର ପାଇକରାୟ, କସ୍ତୁରୀ ମହିଳା ସଙ୍ଗଠନର ସଭାପତି ଶ୍ରୀମତି  କାନନ ବାଳା ମହାପାତ୍ର, ଆଞ୍ଚଳିକ ବିକାଶ କେନ୍ଦ୍ରର ସଭାପତି ରମେଶ ଚନ୍ଦ୍ର ମହାନ୍ତି, ରମେଶ ଚନ୍ଦ୍ର ନାୟକ, ଅଶୋକ
କୁମାର ସାହୁ, ରାକେଶ କୁମାର ମହାନ୍ତି, ଏଲ୍.ଏନ୍.ଲାଫ୍ଟର କ୍ଲବ୍ର ସଭାପତି ଜୟକୃଷ୍ଣ ରାଜହଂସ, ସାଧାରଣ ସମ୍ପାଦକ
ହେମନ୍ତ କୁମାର ସାହୁଙ୍କ ସମେତେ ସମସ୍ତ ସଙ୍ଗଠନର ସଦସ୍ୟ ଓ ଅଞ୍ଚଳର ଅନେକ ଲୋକ ଉପସ୍ଥିତ ଥିଲେ ।