Odia News Portal

ପଶ୍ଚିମବଙ୍ଗ ସିବିଆଇ-ପୋଲିସ ବିବାଦ : ନବୀନଙ୍କ ସମର୍ଥନ ଲୋଡିଲେ ମମତା

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ସିବିଆଇ-ପୋଲିସ ବିବାଦକୁ ନେଇ ଚାଲିଥିବା ଆନ୍ଦୋଳନରେ ନବୀନଙ୍କ ସମର୍ଥନ ଲୋଡିବେ ବୋଲି କହିଲେ ମମତା ବାନାର୍ଜୀ । ମମତା କହିଛନ୍ତି ସେ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବେ । ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ସୂଚନା ଦେଇଛନ୍ତି । ତେବେ ଏ ସଂପର୍କରେ ନବୀନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ । ତେବେ ଗତକାଲି ସାଂସଦ ଭର୍ତ୍ତୃହରି ମହତାବ ସିବିଆଇର ଅପବ୍ୟବହାରକୁ ନେଇ ଲୋକସଭାରେ ପ୍ରଶ୍ନ ଉଠାଇଥିଲେ । ଓଡିଶାରେ ମଧ୍ୟ ଶାସକ ଦଳର ନେତାଙ୍କୁ ସିବିଆଇ ସମନ ଜାରି କରିଥିବା ଯୋଗୁଁ ଭର୍ତ୍ତୃହରିଙ୍କ ବକ୍ତବ୍ୟ ଗୁରୁତ୍ବ ରଖୁଛି । ତେବେ ଦଳର ମୁଖପାତ୍ର ସସ୍ମିତ ପାତ୍ର ମମତାଙ୍କୁ ଏହି ପ୍ରସଙ୍ଗରେ ସମର୍ଥନ କି ବିରୋଧର କୌଣସି ସୂଚନା ନଦେଇ କେବଳ ସଂଘୀୟ ବ୍ୟବସ୍ଥାର ଗରିମା ନଷ୍ଟ ନହେଉ ବୋଲି କହିଥିଲେ । ମମତାଙ୍କୁ ସମର୍ଥନ କରିବା ପ୍ରସଙ୍ଗରେ ନବୀନ ପଟ୍ଟନାୟକ ନିଶ୍ଚୟ ଧର୍ମ ସଙ୍କଟର ସମ୍ମୁଖୀନ ହେବେ ।