Odia News Portal

ସରକାରୀ ସଂସ୍ଥାରେ ଏଇଏସ୍‍ ମାଲିକ

ଭୁବନେଶ୍ୱର : ସଂସ୍ଥାଟି ରାଜ୍ୟ ସରକାରଙ୍କର । ଏଥିରେ ସବୁଠାରୁ ଅଧିକ ଅଂଶଧନ ରହିଛି ରାଜ୍ୟ ସରକାରଙ୍କ ସଂସ୍ଥାର
। ହେଲେ ଉକ୍ତ ସଂସ୍ଥାର ଚାକି କାଠି ବିଦେଶୀ ସଂସ୍ଥା ହାତରେ । ସବୁଠାରୁ କମ୍‍ ଅଂଶଧନ ଥାଇ ବି ବିଦେଶୀ ସଂସ୍ଥା କିଭଳି
ମାଲିକ ହୋଇଗଲା ତାହା ଏବେ ଚର୍ଚ୍ଚାର ବଷୟ ହୋଇଛି ।
ଏହି ସଂସ୍ଥାଟି ହେଉଛି ରାଜ୍ୟ ସରକାରଙ୍କର ଓଡିଶା କୋଲ୍‍ ପାୱାର ଲିମିଟେଡ (ଓସିପିଏଲ୍‍) । ଏହି ସଂସ୍ଥାରେ
ରାଜ୍ୟ ସରକାରଙ୍କ ଓଏଚ୍‍ପିସିର ରହିଛି ୫୦ ପ୍ରତିଶତ ଅଂଶଧନ । ସେହିଭଳି ଓପିଜିସିର ରହିଛି ୨୬ ପ୍ରତିଶତ ଅଂଶଧନ
। ଅବଶିଷ୍ଟ ୨୪ ପ୍ରତିଶତର ଅଂଶଧନର ମାଲିକ ହେଉଛି ଆମେରିକୀୟ ସଂସ୍ଥା ଏଇଏସ୍‍ । ହେଲେ ଓସିପିଏଲ୍‍ର ମୁଖ୍ୟ
କାର୍ଯ୍ୟନିର୍ବାହୀ ହେଉଛନ୍ତି ଏଇଏସ୍‍ କର୍ମଚାରୀ । ୭୪ ପ୍ରତିଶତ ଅଂଶଧନ ସହିତ ରାଜ୍ୟ ଶକ୍ତି ବିଭାଗ ଅଧିନରେ କାର୍ଯ୍ୟ
କରୁଥିବା ଓସିପିଏଲ୍‍ରେ କିଭଳି ଏଇଏସ୍‍ ମାଲିକ ସାଜିଲା ତାହାକୁ ନେଇ ରାଜ୍ୟରେ ଚର୍ଚ୍ଚା ଚାଲିଛି ।
ଏହି ସଂସ୍ଥାରେ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ପ୍ରିୟାପ୍ରୀତି ତୋଷଣ ଚାଲିଥିବା ବି କିଛି କର୍ମଚାରୀ ନାମ ଗୋପନ ସର୍ତ୍ତରେ ପ୍ରକାଶ କରୁଛନ୍ତି । ଉଲ୍ଲେଖନୀୟ ଯେ ରାଜ୍ୟ ସରକାର କୋଇଲା ଖଣି ପାଇବାପାଇଁ ଏହି ସଂସ୍ଥାଟି ଗଠନ କରିଛନ୍ତି । କେନ୍ଦ୍ର ସରକାର ପ୍ରଥମେ ଗଠିତ ସଂସ୍ଥାରେ ରଜ୍ୟ ସରକାରଙ୍କର ଅଂଶଧନ ୫୦ ପ୍ରତିଶତ ରହିବ ବୋଲି ନିୟମ କରିଥିଲେ । ହେଲେ ପରବର୍ତ୍ତୀ ସମୟରେ ଏହି ପରିମାଣକୁ ୭୦ ପ୍ରତିଶତ କରିବାପରେ ଏଥିରେ ସରକାରଙ୍କର ଦୁଇଟି ସଂସ୍ଥା ଓପିଜିସି ଓ ଓଏଚ୍‍ପିସି ଅଧିକ ପରିମାଣରେ ପୁଞ୍ଜି ନିବେଶ କଲେ । ଯାହାର ଅଧିକ ଅଂଶଧନ ନିୟମ ଅନୁଯାୟୀ ସେହି ସଂସ୍ଥାର ଏହାର ମୁଖ୍ୟ ପରିଚାଳକ ରହିବାକଥା । ହେଲେ ଓସିପିଏଲ୍‍ କ୍ଷେତ୍ରରେ ତାହା କାହିଁକି ହେଲାନାହିଁ ଏବେ ପ୍ରଶ୍ନବାଚୀ ହୋଇଛି । ଓସିପିଏଲ୍‍ରେ ହଜାର ହଜାର କୋଟି ଟଙ୍କାର କାରବାର ହେଉଛି । ବିଭିନ୍ନ ସ୍ଥାନରେ କୋଇଲା ଖଣି ଗୁଡିକ ସରକାର ଓପିସିଏଲ୍‍ ମାଧ୍ୟମରେ ଅଧିଗ୍ରହଣ କରୁଛନ୍ତି ।
ତେଣୁ ଏହି ସଂସ୍ଥାରେ ରାଜ୍ୟ ସରକାରଙ୍କର ମାଲିକାନା ନରହିଲେ ସଂସ୍ଥାରେ ବ୍ୟାପକ ଅନିୟମିତତା ହେବାର ସମ୍ଭାବନା ରହିଛି । ଅନ୍ୟ ପକ୍ଷରେ ଏହି ଲାଭକାରୀ ସଂସ୍ଥାରେ ମଧ୍ୟ ରାଜ୍ୟ
ସରକାର ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଠିକାରେ ଅର୍ଥ ନିର୍ଦ୍ଦେଶକ ପଦରେ ନିଯୁକ୍ତି ଦେଇଛନ୍ତି । ଏହି ନିଦ୍ଦେଁଶକ ଜଣଙ୍କ
ଓସିପିଏଲ୍‍ ସହିତ ଏକା ସାଙ୍ଗରେ ଓପିଜିସି ଓ ଓଏଚ୍‍ପିସିରେ ମଧ୍ୟ ଅର୍ଥ ନିର୍ଦ୍ଦେଶକ ପଦବୀରେ କାର୍ଯ୍ୟ କରୁଛନ୍ତି । ଆ୧⁄୨ର୍ଯ୍ୟର
କଥାହେଉଛି ଅବସରପ୍ରାପ୍ତ ଏହି କର୍ମଚାରୀ ଜଣଙ୍କ ଅବସର ନେବାପରେ ପ୍ରଥମେ ତାଙ୍କୁ ୬ମାସ ପାଇଁ ଠିକା ନିଯୁକ୍ତି
ଦିଆଯାଇଥିବାବେଳେ ପରେ ଏକ ଥରକେ ଅଢେଇ ବର୍ଷ ପାଇଁ ଠିକା ନିଯୁକ୍ତି ଦିଆଯାଇଛି