Odia News Portal

ଗଡପଳାଶୁଣି ଗାଁରେ ବୃଦ୍ଧଙ୍କୁ ଦଳିଦେଲା ଦନ୍ତା

ଭୁବନେଶ୍ବର  : ବୃଦ୍ଧୃଙ୍କୁ ଦଳିଦେଲା ଦନ୍ତା। ହାତୀ ଆକ୍ରମଣରେ କାମାକ୍ଷାନଗର ମହାବୀରରୋଡ ରେଞ୍ଜ ଗଡପଳାଶୁଣି ଗାଁର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାଁ ନାରାୟଣ ନାୟକ। ଗତକାଲି ରାତିରେ ସେ ଘରୁ ବାହିରକି ଯାଉଥିବାବେଳ ହାତୀ ହାବୁଡରେ ପଡିଥିଲେ। ହାତୀଟି ତାଙ୍କୁ ଦଲି ଦେଇଥିଲା।

ଗୁରୁତର ଅବସ୍ଥାରେ ନାରାୟଣଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ବାରମ୍ବାର ହାତୀ ଆକ୍ରମଣରେ ଲୋକହ୍କ ଧନ ଜୀବନ ହାନୀ ହେଉଥିବାରୁ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି।