Odia News Portal

ରୋମ୍ ଜଳୁଥିବାବେଳେ ନିରୋଙ୍କ ବୀଣାବାଦନ !

ଭୁବନେଶ୍ୱର : ୬୪ ଖ୍ରୀଷ୍ଟାଦ୍ଦରେ ଯେତେବେଳେ ରୋମ୍ ସହରରେ ଭୀଷଣ ନିଆଁ ଲାଗିଥିଲା, ସେତେବଳେ ରୋମର ଶାସକ ‘ନିରୋ’ ବୀଣାବାଦନ କରୁଥିବା ଘଟଣା ସଭିିଙ୍କୁ ଉଣା ଅଧିକେ ଜଣା । ସହରର ୭୦ ପ୍ରତିଶତ ଅଞ୍ଚଳ ଧ୍ୱଂସ ଓ ୫୦ ପ୍ରତିଶତ ଲୋକଙ୍କ ପ୍ରାଣହାନୀ ଘଟିଥିବାବେଳେ ଶାସନ ମୁଖ୍ୟ ବିଳାଶବ୍ୟସନରେ ବ୍ୟସ୍ତ ରହି ଅୟସ କରିବା ସହ ନିଜ ରାଜପ୍ରସାଦରେ ବୀଣାବାଦନ କରୁଥିଲେ । ଠିକ୍ ସେହିଭଳି ସମାନ ଅବସ୍ଥା ଏବେ କମିଶନରେଟ ପୋଲିସରେ ଦେଖିବାକୁ ମିଳିଛି । ବିଭାଗୀୟ ମୁଖ୍ୟ ତଥା ପୋଲିସ କମିଶନର ଡଃ ସୁଧାଂଶୁ ଷଡଙ୍ଗୀଙ୍କ ଏଭଳି କିଛି କାର୍ଯ୍ୟକଳାପ ଓ ବ୍ୟବହାର ଦେଖିବାକୁ ମିଳିଛି, ଏହାକୁ ନେଇ ଟ୍ୱିନ୍ସିଟି ବାସିନ୍ଦା ତାଙ୍କୁ ରୋମ ଶାସକ ‘ନିରୋ’ଙ୍କ ସହ ତୁଳନା କରିଛନ୍ତି ।
କହିବାର ତାତ୍ପର୍ଯ୍ୟ ହେଉଛି କମିଶନର ମହୋଦାୟ ଗତ ୩ ଦିନ ତଳେ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହାୟତାରେ କିଛି ଛୋଟ ପିଲାଙ୍କୁ ବାଲିଯାତ୍ରା ବୁଲାଇବାକୁ ନେବା ସହ ନିଜେ ମଧ୍ୟ ସଂଧ୍ୟା ୬ଟାରୁ ରାତି ୧୦ଟା ଯାଏ ବାଲିଯାତ୍ରାରେ ମଜା ନେଇଥିଲେ । ପିଲାଙ୍କୁ ଦୋଳିରେ ବସାଇ ଖୁସି କରାଇବା ସହ ନିଜେ ଚଟପଯି ଖାଦ୍ୟ ଖାଇ ବେଶ ମଜା କରୁଥିବା ଦେଖାଯାଇଥିଲା । ଅସହାୟ ପିଲାଙ୍କୁ ସହାୟତାର ହାତ ବଢାଇବା ଭଲ କଥା । ଏହାକୁ ଆମେ ମଧ୍ୟ ସାଧୁବାଦ ଜଣାଇଛୁ । କମିଶନର ମହୋଦାୟ ଭବିଷ୍ୟତରେ ମଧ୍ୟ ଏଭଳି କାର୍ଯ୍ୟ ଜାରି ରଖନ୍ତୁ । କିନ୍ତୁ ଦିନ ଦ୍ୱିପ୍ରହରରେ ରାଜଧାନୀରେ ଗୋଟିଏ ପରେ ଗୋଟିଏ ଭୟାବହ ହତ୍ୟା ଘଟଣା ଘଟୁଥିବାବେଳେ ପୋଲିସ ମୁଖିଆ ବାଲିଯାତ୍ରାରେ ବୁଲିବା ଘଟଣା ଅନେକଙ୍କ ମନରେ ଦ୍ୱନ୍ଦ ସୃଷ୍ଟି କରିଛି । ସବୁ କିଛି ଠିକ୍ ଥିବା ସମୟରେ କମିଶନର ସମାଜସେବା କରିପାରିଥାନ୍ତେକିମ୍ବା ସ୍ଥାନୀୟ ଡିସିପିଙ୍କ ମାଧ୍ୟମରେ କିଛି ଆର୍ଥିକ ସହଯୋଗ ଦେଇ ମଧ୍ୟ ପିଲାଙ୍କୁ ବାଲିଯାତ୍ରା ବୁଲାଇ ପାରିଥାନ୍ତେ । କିନ୍ତୁ ଏ ସବୁ ନ କରି ସାହେବ ନିଜେ ମାଇଣ୍ଡ ଫ୍ରି କରିବା ଘଟଣା ସଭିଙ୍କୁ ତାଜୁବ କରିଛି ।
ସୂଚନା ମୁତାବକ ଟୁଇନ୍ ସିଟି ଏକେ କ୍ରାଇମ ସିଟିରେ ପରିଣତ ହୋଇଛି । ଏୟାରଫିଲ୍ଡ ଅମରେଶ ନାୟକ ହତ୍ୟା ଘଟଣାରେ ପୋଲିସ ପୂର୍ଣ୍ଣ ସଫଳତା ପାଇନଥିବା ବେଳେ ଗତ ଏକ ସପ୍ତାହ ମଧ୍ୟରେ ୩ଟି ହତ୍ୟାକାଣ୍ଡ ଘଟିଛି । ବାହାଦଲପୁର ପପୁ ଜେନା, କଟକ ରୋଡ୍ ଲଜ୍ ଭିତରେ ଟିଭି.ଭି. ରାଓ ହତ୍ୟା ଓ ଦୟା ନଦୀ ପଠାରୁ ଅଚିହ୍ନା ମୃତଦେହ ଜବତ ହୋଇଛି । ପୋଲିସ ଏହି ୩ଟି ଘଟଣାରେ ଅଭିଯୁକ୍ତଙ୍କ ପାଖରେ ପହଞ୍ôଚ ପାରିନାହିଁ । ପୁରୁଣା କଥାକୁ ବିଚାରକୁ ନିଆଗଲେ ଗତ ୧୧ ମାସ ମଧ୍ୟରେ ୩୨ଟି ହତ୍ୟା ଘଟଣା କମିଶନରେଟ୍ ପୋଲିସର ପାରିବାପଣିଆକୁ ସ୍ପଷ୍ଟ କରିଛି । ଦକ୍ଷତାବିହୀନ ତଥା ଅଗାରଗ ଅଫିସରଙ୍କ ପାଇଁ ଦିନକୁ ଦିନ କମିଶନରେଟ୍ ପୋଲିସ ବଦନାମ ହେବାରେ ଲାଗିଛି । ଏଭଳି ଏକ ପରିସ୍ଥିତିରେ କମିଶନରେ ଆଇନଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ଦିଗରେ ଅଧିକ ଦାୟିତ୍ୱବାନ ହେବା ବଦଳରେ ବାଲିଯାତ୍ରାରେ ବୁଲିବା ଘଟଣା ଅନେକଙ୍କୁ ବ୍ୟଥିତ କରିଛି । ଏଣୁ ଏ ଦିଗରେ ସଚେତନ ନ ହୋଇ ‘ନେଡିଗୁଡ କହୁଣି’କୁ ବୋହିବା ସହ ଟୁଇନ୍ ସିଟି ଅପରାଧୀଙ୍କ ଚରାଭୂଇଁ ପାଲଟିବ ବୋଲି ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି ।