Odia News Portal

ପାରିଲେ ହତ୍ୟା, ନ ପାରିଲେ ଆତ୍ମହତ୍ୟା

ଭୁବନେଶ୍ୱର : ଖବର ପାଇବା କ୍ଷଣି ଧଇଁସଇଁ ୋହାଇ ଲାଗିବେ । ଭାରି ଜୋରରେ ଦୌଡ଼ାଆପଡ କରିବେ । କିନ୍ତୁ ଅପରାଧୀ ପାଖଷର ପହଞ୍ôଚପାରିବେ ନାହିଁ ଓ ତଦନ୍ତର ବାଟ ବଦଳିଯିବ । ହତ୍ୟାକୁ ଦିଆଯିବ ଆତ୍ମହତ୍ୟାର ରୂପ । ଏଭଳି କିଛି ଘଟଣା ଏବେ ରାଜଧାନୀରେ ଦେଖିବାକୁ ମିଳିଛି । ରାଜ୍ୟର ଶ୍ରେଷ୍ଠ ପୋଲିସ ଭାବେ ଜଶାଶୁଣା କମିଶନରେଟ୍ ପେଲିସର କିଛି ଦକ୍ଷ ଅଫିସର ହିଁ ଏଭଳି କରିଥିବା ଘଟଣା  ଏବେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ପାରିପାଶ୍ୱର୍ିକ ପରିସ୍ଥିତି ହତ୍ୟା ସ୍ପଷ୍ଟ କରୁଥିବାବେଳେ ଅନଭିଜ୍ଞ ଅଧିକାରୀଙ୍କ ମାମଲା ପରିଚାଳନା ଓ ତଦନ୍ତ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ହତ୍ୟାକୁ ଆତ୍ମହତ୍ୟାର ରୂପ ଦେଇଥିବା ଚର୍ଚ୍ଚା ହେଉଛି । ଗତ କିଛି ମାସ ମଧ୍ରରେ ଏଭଳି ଅନେକ ଘଟଣା ରାଜଧାନୀବାସୀଙ୍କ, ପୋଲିସ ଉପରେ ଥିବା ଭରସା ଓ ବିଶ୍ୱାସକୁ ଭାଙ୍ଗିରୁଜି ଚୁରମାର କରିଦେଇଥିବା ବେଳେ  ଦେଖନ୍ତୁ ଏହାର କିଛି ଝଲକ ।
ୟୁନିଟ-୪ କାଠମିସ୍ତ୍ରୀ ମୃତ୍ୟୁ ମାମଲା
୨୦୧୮ ମସିହା ଫେବୃଆରୀ ୧୭ ତାରିଖ । ଖାରବେଳନଗର ଥାନା ଅଧୀନ ୟୁନିଟ୍-୪ ମାର୍କେଟ୍ ପ୍ଲଟ୍ ନମ୍ବର ଏ-୧୯ ରେ ଏକ ମୃତଦେହ ଠାବ ହୋଇଥିଲା । ମୃତ ବ୍ୟକ୍ତିଙ୍କର ନାମ ଗୋପିନାଥ ମହାରଣା ବୋଲି ଜଣାପଡିଥିଲା । ତାଙ୍କର ତଣ୍ଟି କଟାଯିବା ସହ ରକ୍ତାକ୍ତ ଅବସ୍ଥାରେ ତାଙ୍କ ମୃତଦେହ ମିଳିଥିଲା । ଗୋପୀନାଥ ସେଠାରେ ୩୦ ବର୍ଷ ଧରି ରହି କାଠ ମିସ୍ତ୍ରୀ ଭାବେ କାମ କରୁଥିଲେ । ତାଙ୍କ ସହ ଭାଇ ଭାଗବତ ମହାରଣା ମଧ୍ୟ ରହୁଥିଲେ । ପାରିପାଶ୍ୱର୍ିକ ପରିସ୍ଥିତି ଦେଖି ତାଙ୍କୁ ହତ୍ୟା କରାଯାଇଥିବା ଖୋଦ୍ ପୋଲିସ କହିଥିଲା । ଘଟଣାସ୍ଥଳରୁ ପୋଲିସ ପ୍ରମାଣ ସ୍ୱରୂପ ସିସିଟିଭି ଫୁଟେଜ ଜବତ କରିବା ସହ ମଦ ବୋତଲ ମଧ୍ୟ ଠାବ କରିଥିଲା । ସମସ୍ତ ସାକ୍ଷ୍ୟ ପ୍ରମାଣ ହସ୍ତଗତ ହେବା ପରେ ପୋଲିସ ହତ୍ୟା ମାମଲା ରୁଜୁ କରିଥିଲା । କିନ୍ତୁ ସପ୍ତାହକ ପରେ ଘଟଣାର ପ୍ରତିଛବି ପରିବର୍ତ୍ତନ ହୋଇଯାଇଥିଲା । ପୋଲିସ ଏହାକୁ ଏକ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଥିଲା । ଅର୍ଥ ଦ୍ୱାରା ପ୍ରଲୋଭିତ ହୋଇ ହେଉ, ଅଥବା  ତଦନ୍ତ ବାଟବଣା ହେଉ, ପୋଲିସ ଘଟଣାର ମୋଡ଼ ବଦଳାଇ ଦେଇଥିଲା । ଗୋପୀନାଥ ରାତିରେ କାମ କରୁଥିବାବେଳେ ମଦ ନିଶାରେ ଝୁଣ୍ଟି ପଡିବାରୁ ତାଙ୍କ ବେକରେ ବଟାଳି ଗଳିଯାଇଥିଲା ବୋଲି ପୋଲିସ କହିଥିଲା । ତାଙ୍କର କେହି ଶତ୍ରୁ ନ ଲେ ଏଣୁ ଏହା ହତ୍ୟା ନୁହେଁ, ବରଂ ଏକ ଦୁର୍ଘଟଣା ବୋଲି ପୋଲିସ କହିବା ସହ ଫାଇଲରେ ଡୋରି ବାନ୍ଧିଛି ।
ଉନ୍ମୟ ପାଢୀ ମୃତ୍ୟୁ ମାମଲା
୨୦୧୮ ମସିହା ମାର୍ଚ୍ଚ ମାସ ୨୦ ତାରିଖ । ମଞ୍ଚେଶ୍ୱର ଥାନା ଅଧୀନ, କୁଆଖାଇ ନଦୀପଠାରୁ ମିଳିଥିଲା ଉନ୍ମୟ ପାଢୀ ନାମକ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ । ଏକ ଯୁବତୀଙ୍କ ସହ ଭାଇରାଲ୍ ହୋଇଥିବା ଭିଡିଓ ଘଟଣାରେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଆସିଥିଲା ସଂଗୀନ ଅଭିଯୋଗ । ପାରିପାଶ୍ୱର୍ିକ ପରିସ୍ଥିତିକୁ ଦେଖିବା ପରେ ଏହା ହତ୍ୟା ବୋଲି ଜଣାପଡିଥିଲା । ଉନ୍ମୟଙ୍କ ଶରୀରରେ ଛୁରି ଭୁସାଯାଇଥିବାବେଳେ ସେ ନିଜ ଜିଭକୁ କାମୁଡି ପକାଇଥିବା ନେଇ ଦେଖାଯାଇଥିଲା । ପରେ ତାଙ୍କ ଶରୀରକୁ ପୋଡା ଯାଇଥିଲା । ଅଧା ପୋଡା ଅବସ୍ଥାରେ ଲାପଟପ୍ ଓ ମୋବାଇଲ୍ ମିଳିଥିଲା । ଏହା ଏକ ସୁଚିନ୍ତିତ ହତ୍ୟା ବୋଲି ପୋଲିସ ଜାଣିବାକୁ ପାଇଥିଲା । କିନ୍ତୁ ଘଟଣାର ଠିକ୍ ଦୁଇ ମାସ ପରେ ହତ୍ୟାକାରୀ ଧରାନପଡିବାରୁ ଏହାକୁ ଆତ୍ମହତ୍ୟା ବୋଲି ପୋଲିସ କହିଥିଲା । ଏହି ଘଟଣା ବିଶେଷ ଭାବରେ ପୋଲିସକୁ ସନ୍ଦେହ ଘେରକୁ ଟାଣିନେଇଥିଲା ।
ମାର୍ବଲ ସୋ-ରୁମ୍ ସିକ୍ୟୁରିଟି ଗାର୍ଡଙ୍କ ମୃତ୍ୟୁ ଘଟଣା
୨୦୧୯ ମସିହା ମାର୍ଚ୍ଚ ୨୮ ତାରିଖ । ବାଲିଅନ୍ତା ଥାନା ପାହାଳ ଫାଣ୍ଡି ଅଧିନ ଭୁବନେଶ୍ୱର-କଟକ ଜାତୀୟ ରାଜପଥ ପାହାଳ ବଜାର ୨୨ ତାଲା ନିକଟ ଜୟସୁର ମୌଜାରେ ଥିବା ଶାରଳା ମାର୍ବଲ ଆଣ୍ଡ ଗ୍ରାନାଇଟ୍ ସୋ ରୁମ୍ ପରିସରରେ ସିକ୍ୟୁରିଟି ଗାର୍ଡ ଗଦାଧର ସ୍ୱାଇଁଙ୍କ କ୍ଷତବିକ୍ଷତ ଶବ ପୋଲିସ ଜବତ କରିଥିଲା । ତାଙ୍କ ତଣ୍ଟିରେ ମଧ୍ୟ ଗଭୀର କ୍ଷତ ଥିଲା । ଅଫିସ ରୁମ୍ରୁ ମୃତଦେହ ପଡିଥିବା ରୋଷେଇ ଘର ପର୍ଯ୍ୟନ୍ତ ରକ୍ତର ଧାର ପଡିଥିଲା । ପୋଲିସ ଏ ନେଇ ହତ୍ୟା ଅଭିଯୋଗରେ ଜଣଙ୍କୁ ଗିରଫ କଲା ଓ ପରବର୍ତ୍ତୀ ସମୟରେ ଏହାକୁ ଆତ୍ମହତ୍ୟା କହି ହତ୍ୟାକାଣ୍ଡ ଦଫା କାଟି ଦେଇଥିଲା ।
ତେବେ ଏସବୁ ଘଟଣାରେ ଆଇନଜୀବୀଙ୍କ ମତ ହେଉଛି ପୋଲିସ ଅଧିକ ଆତ୍ମବିଶ୍ୱାସ ଦେଖାଇ ଏଭଳି ଭୁଲ୍ କରୁଛି । କମ୍ ଦିନରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବା ପାଇଁ ଚେଷ୍ଟା କରୁଛି । ୨, ୪ ଜଣ ସାକ୍ଷୀଙ୍କୁ ପଚାରି ଦେଇ ତଦନ୍ତ ଫାଇଲ୍ରେ ଡୋରି ବାନ୍ଧୁଛି । ଫଳରେ ସଂଗୀନ ହତ୍ୟା ମାମଲା ପରବର୍ତ୍ତୀ ସମୟରେ ଆତ୍ମହତ୍ୟାରେ ପରିବର୍ତ୍ତନ ହୋଇଯାଉଛି ।