ଯାଜପୁର : ଯାଜପୁର ଜିଲ୍ଲାରେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ପ୍ରଶାସନର ଚିନ୍ତାର କାରଣ ପାଲଟିଛି । ଏନେଇ ବିଭିନ୍ନ ସମୟରେ ସଡକ ସୁରକ୍ଷା ସଂପର୍କିତ ସଚେତନତା ଓ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ଏଥିରେ ରୋକ୍ ଲାଗୁନାହିଁ ।
ତେବେ ସଚେତନ ନାଗରିକ ମଂଚ ଓ ଜେନାପୁର ପୋଲିସ ମିଳିତ ଉଦ୍ୟମରେ ଜିଲ୍ଲାର ମର୍ଜିତାପୁରଠାରେ ଆୟୋଜିତ ହୋଇଥିଲା ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ । ଯେଉଁଠାରେ ସ୍ଥାନୀୟ ଅଂଚଳର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଲୋକମାନଙ୍କୁ ସଚେତନ କରାଇଥିଲେ ।
