ଭୁବନେଶ୍ବର : ଆଜି ବିଜେଡିର ମିଶ୍ରଣ ପର୍ବ। ଗୋଟିଏ ପଟେ ରାହୁଲଙ୍କ ସୋ ଥିବାବେଳେ ନବୀନ ନିବାସରେ ବିଜେଡିରେ ମିଶିବେ ନିକଟରେ ବିଧାୟକ ପଦରୁ ଇସ୍ତଫା ଦେଇଥିବା ସୁନ୍ଦରଗଡର କଂଗ୍ରେସ ନେତା ଯୋଗେଶ ସିଂ । ଏନେଇ ଏକ ରାଲିରେ ନବୀନ ନିବାସ ଅଭିମୁଖେ ନିଜ ସମର୍ଥକଙ୍କ ସହ ବାହାରିଛନ୍ତି ଯୋଗେଶ । ରାଲିରେ ହଜାର ହଜାର ସଂଖ୍ୟାରେ ସମର୍ଥକ ସାମିଲ ହୋଇଛନ୍ତି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦେବେ ଯୋଗେଶ । ଦଳ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି ।
