Odia News Portal

ବେକରେ ଶାଢ଼ି ଗୁଡ଼ାଇ ଆତ୍ମହତ୍ୟା କଲେ ଯୁବକ

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଅଣ୍ଡାଲପୁରି ଗାଁରେ ଘଟିଛି ଏକ ଅଭାଭନୀୟ ଘଟଣା । ପାରିବାରିକ କଳହ ଯୋଗୁଁ ଜଣେ ବିବାହିତ ପୁରୁଷ ଆତ୍ମହତ୍ୟା କରିଛନ୍ତି ସନ୍ଦେହ କରାଯାଉଛି । ଆତ୍ମହତ୍ୟା କରିଥିବା ଯୁବକ ଜଣକ ହେଲେ ମୁକୁନ୍ଦ ବାଗ ।ମୁକୁନ୍ଦ ହାତରେ ବିଭିନ୍ନ ସ୍ଥାନରେ କଟା ଚିହ୍ନ ଓ ଏକ ସାଢି ଯୋଗୁ ନିଜ ବେକକୁ ଗୁଡ଼ାଇ ଏଭଳି କାଣ୍ଡ କରିଥିବା ଦେଖାଯାଇଛି ।

ମୃତ ଦେହ ଦେଖିବା ପରେ ପୋଲିସ ସଂଦେହ ଅନୁଯାୟୀ ପ୍ରଥମେ ହାତକୁ କାଟି ଆତ୍ମହତ୍ୟା ଉଦ୍ୟମ ପରେ ସାଢି ଲଗେଇ ଆତ୍ମହତ୍ୟା କରୁଥିବେ ମୁକୁନ୍ଦ ।
ପୋଲିସ ଗୋଟିଏ ଅପ ମୃତ୍ୟୁ ମାମଲା ୯/ ୨୦୧୯ ରାଜୁ କରି ଶବକୁ ଜବତ କରି ସବ ବେବିଛେଦ ପରେ ପରିବାର ଲୋକ କୁ ଦିଆଯାଇଥିଲା । ଅନ୍ୟ ପକ୍ଷରେ ତଦନ୍ତ ଆରମ୍ଭ ରଖିଛି ପୋଲିସ ।

ମୃତ ମୁକୁନ୍ଦ ମହୁବାହାଲି ଗାଁର ଜଣେ ଯୁବତୀଙ୍କୁ ବୈଦିକ ରୀତିରେ ବିବାହ କରିଥିବା ବେଳେ ତାଙ୍କର ଗାଁ ପାଖରେ ଥିବା ଧାମନଡଂଗା ଗାଁର ଜଣେ ଅନ୍ୟ ଯୁବତୀଙ୍କୁ ପ୍ରେମ କରି ଘରକୁ ଆଣିଥିଲେ । ବିଭିନ୍ନ ସମୟରେ ଏହା କୁ ନେଇ ଘରେ ଝଗଡା ଲାଗି ରହୁଥିଲା । ଦୁଇ ଦିନ ତଳେ ଘରକୁ ଆଣିଥିବା ଯୁବତୀ କୁଆଡେ ଚାଲି ଯାଇଥିବାବେଳେ ଏ ନେଇ ଥାନା ରେ ମଧ୍ୟ ମୁକୁନ୍ଦଙ୍କ ପରିବାର ଲୋକେ ଏତଲା ଦେଇଥିଲେ । ତେବେ ଗତ ସନ୍ଧ୍ୟା ସମୟରେ ଘରେ କୌଣସି ଲୋକ ନ ଥିବା ସମୟରେ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି ।