ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଆଜି ବିଧାନସଭାର ମଞ୍ଜୁରୀଲାଭ କରିଥିବାବେଳେ ଏହି
ଅଧିବେଶନର ୧୦ ଦିନ ମଧ୍ୟରେ ସରକାରୀଦଳର ସଫଳ ଗୋଟି ଚାଳନା ଯୋଗୁଁ ବିରୋଧିମାନେ କୌଣସି ଗୋଟିଏ
ହେଲେ ପ୍ରସଙ୍ଗରେ ସେଭଳି ସଫଳ ହୋଇପାରି ନାହାନ୍ତି । ବିଶେଷକରି ମୁଖ୍ୟ ବିରୋଧିଦଳ ବିଜେପି ଏକ ପ୍ରକାର
ରଣନୀତିରେ ବିଫଳ ହୋଇଛି । ବିଧାନସଭା ଅଧିବେଶନ ପୂର୍ବରୁ ଘନ ଘନ ବୈଠକ କରି ସରକାରଙ୍କୁ ଘେରିବାପାଇଁ ବିଜେପି ଯେଉଁ ଯୋଜନା କରିଥିଲା ତାହା ଏକ ପ୍ରକାର ଫସର ଫାଟିଯାଇଛି । ସ୍ମିତାରାଣୀ ମୃତ୍ୟୁ ହେଉ କିମ୍ବା ଧାନର ଅଭାବୀ ବିକ୍ରି ସରକାରୀଦଳର ରଣନୀତି ଆଗରେ ବିରୋଧିଙ୍କ ସଜବାଜ ବିଫଳ ହୋଇଯାଇଛି । ଗୃହ ଆରମ୍ଭର ପ୍ରଥମ ଦିନରୁ ହିଁ ବିଜେପି ଏହି ପ୍ରସଙ୍ଗକୁ ଜୋରଦାର ଢଙ୍ଗରେ ଉଠାଇଥିଲା ।
ମୁଲତବି ଆଲୋଚନା ପାଇଁ ପ୍ରସ୍ତାବ ବି ଦେଇଥିଲା । ହେଲେ ପରବର୍ତ୍ତୀ ସମୟରେ ମୋସନ ଆଲୋଚନା ପାଇଁ ନୋଟିସ୍ ଦେଇ ମୁଲତବି ପ୍ରତ୍ୟାହାର କରିନେଇଥିଲା । କିନ୍ତୁ ଦେଇଥିବା ମୋସନ ନୋଟିସ୍ଟି ଭୁଲ୍ ଥିବାରୁ ଏହି ପ୍ରସଙ୍ଗରେ ବିଜେପିକୁ ଆଲୋଚନାର ସୁଯୋଗ ମିଳିନଥିଲା । ଏହାପରେ ଧାନର ଅଭାବି ବିକ୍ରିକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ଜୋରଦାର ପ୍ରଦର୍ଶନ କରିଥିଲେ । ଗୃହକୁ ଅଚଳ କରି ରଖିଥିଲେ । ହେଲେ ଶାସକଦଳର ରଣନୀତି ଆଗରେ ପ୍ରସଙ୍ଗ ଅଧିକ ସମୟ ତିଷ୍ଠି ପାରିନଥିଲା । ମନ୍ତ୍ରୀ ସୁଶାନ୍ତ ସିଂହ ଓ ମୁଖ୍ୟ ସଚେତକ ରୋହିତ ପୂଜାରୀ ସିଧାସଳଖ ପ୧⁄୨ିମଓଡିଶା ଯାଇ ସେଠାରେ ଚାଷୀଙ୍କ ସହିତ ଆଲୋଚନା କରି ମାମଲାର ସମାଧାନ କରିଥିଲେ ।
ଅବସ୍ଥା ଏଭଳି ହୋଇଥିଲା ଯେ ଗୃହ ମଧ୍ୟରେ ହଟଗୋଳ କରୁଥିବା ବିଧାୟକମାନଙ୍କୁ ଟିଭିରେ ଧାନ ସମସ୍ୟା ସମାଧାନ ହୋଇଥିବା ଖବର ଦେଖିବାପାଇଁ ବାଚସ୍ପତି କହିଥିଲେ ।
କେବଳ ଏହି ଦୁଇଟି ପ୍ରସଙ୍ଗ ନୁହେଁ କଂଗ୍ରେସ ମଧ୍ୟ ସରକାରଙ୍କ ପୁସ୍ତିକାରେ ଗାନ୍ଧୀଙ୍କ ମୃତ୍ୟୁ ସଂକ୍ରାନ୍ତୀୟ ଲେଖାକୁ
ନେଇ ଜୋରଦାର ପ୍ରଦର୍ଶନ କରିଥିଲା । ହେଲେ ଶାସକଦଳ ଏହାର ସଫଳ ମୁକାବିଲା କରିଥିଲା । କଂଗ୍ରେସ ସହିତ
ଶାସକଦଳର କିଛି ସଦସ୍ୟ ସ୍ୱର ମିଶାଇ ସରକାରଙ୍କ କାର୍ଯ୍ୟକୁ ନାପସନ୍ଦ କରିଥିଲେ । ଏହାପରେ ବାଚସ୍ପତି ତତ୍କ୍ଷଣାତ
ଏହା ଉପରେ ବିବୃତ୍ତି ଦେବାପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ମବୀଙ୍କୁ କହିଥିଲେ । ମବୀ ବିବୃତ୍ତି ରଖିବାପରେ ମାମଲାଟି
ଥଣ୍ଡା ପଡିଯାଇଥିଲା । ଏହି ଘଟଣାରେ ବିଜେପି ସଦସ୍ୟମାନେ କିଛି କହିନଥିଲେ ଓ କଂଗ୍ରେସ ବିଜେପିକୁ ଟାର୍ଗେଟ କରି
ଅନେକ ମନ୍ତବ୍ୟ ରଖିବାରେ ସଫଳ ହୋଇଥିଲା ।
ବିଧାନସଭା ଭିତରେ କହିବାର ସୁଯୋଗ ନପାଇବା ପ୍ରସଙ୍ଗରେ ବିଜେପି ସଦସ୍ୟମାନେ ଗାନ୍ଧୀମୂର୍ତ୍ତି ତଳେ ଧାରଣା ଦେବା ସହିତ ରାଜ୍ୟପାଳଙ୍କୁ ବି ଭେଟିଥିଲେ । ହେଲେ ଦଳକୁ ଏଥିରୁ ବି
କୌଣସି ସୁଫଳ ମିଳିଲା ନାହିଁ । ମୋଟାମୋଟି ଭାବେ ଏଥର ଶୀତକାଳୀନ ଅଧିବେଶନରେ ଶାସକଦଳର ରଣନୀତି ଓ
ଗୃହ ପରିଚାଳନା ଆଗରେ ବିରୋଧିଙ୍କ ରଣନୀତି ସେଭଳି କାମ କରିପାରିଲା ନାହିଁ ।