Odia News Portal

ଓସିଏର ପୂର୍ବତନ ସମ୍ପାଦକଙ୍କୁ ମିଳିଲା ବେଲ୍‌

କଟକ : ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ମିଳିଲା ବେଲ୍‌। ସର୍ତ୍ତମୂଳକ ଜାମିନ ଦେଇଛନ୍ତି ହାଇକୋର୍ଟ। ସର୍ତ୍ତ ରହିଛି, ଦେଢ ଲକ୍ଷର ଦୁଇ ଜାମିନଦାରଙ୍କ ବଦଳରେ ଜାମିନ ମଞ୍ଜୁର ହୋଇଛି। ସର୍ତ୍ତ ରହିଛି, ପାସ୍‌ପୋର୍ଟ ଦାଖଲ କରିବେ। ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ଏହାକୁ ଦାଖଲ କରିବା ପାଇଁ ନିର୍ଦ୍ଦେଶ ରହିଛି ।

ସେହିପରି ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିଁ । ତଦନ୍ତରେ ସହଯୋଗ କରିବାକୁ ହାଇକୋର୍ଟ ସର୍ତ୍ତ ରଖିଛନ୍ତି । ଅର୍ଥତତ୍ତ୍ୱ ଚିଟଫଣ୍ଡ ଲିଙ୍କ ମାମଲାରେ ସେପ୍ଟେମ୍ବର ୧୯ ତାରିଖରେ ଗିରଫ ହୋଇଥିଲେ ଆଶୀର୍ବାଦ ବେହେରା। ତାପରଠୁ ସେ ଭୁବନେଶ୍ୱର ଝାରପଡ଼ା ଜେଲରେ ଅଛନ୍ତି।