ଭୁବନେଶ୍ବର : ପୁରୁଣା ଗାଡି ମାଲିକଙ୍କୁ ରାଜ୍ୟ ସରକାର ଆଶ୍ୱସ୍ତ କରିଛନ୍ତି । ଗତ କିଛିଦିନ ତଳେ ରାଜ୍ୟରେ ୧୫ ବର୍ଷରୁ ଅଧିକ ପୁରୁଣା ଗାଡି ଚଳାଚଳ ବନ୍ଦ ହେବ ବୋଲି ସରକାର ନିଷ୍ପତି ନେଇଥିଲେ । ଯାହାକୁ ନେଇ ଗାଡିମାଲିକମାନେ ଚିନ୍ତାରେ ପଡିଥିଲେ । ଏବେ କିନ୍ତୁ ସରକାର ସେମାନଙ୍କୁ ଆଶ୍ୱସ୍ତି ଦେବା ସହ ଏହାର ଚଳାଚଳ ବନ୍ଦ ହେବ ନାହିଁ ବୋଲି ସରକାର କହିଛନ୍ତି ।
ଗତ ସେପ୍ଟେମ୍ବର ପହିଲାରୁ ନୂଆ ମୋଟର ଯାନ ଆଇନ ଲାଗୁ ହୋଇଥିଲା । ଫଳରେ ବିଭିନ୍ନ ନିୟମର ଉଲଙ୍ଘନ କଲେ ଜରିମାନା ବ୍ୟବସ୍ଥା କରାଯାଇଥିଲା । ୧୦୦ କି ୫୦୦ ନୂହେଁ ବରଂ ୧୦୦୦ରୁ ୧୦ହଜାର ଯାଏଁ ଫାଇନ ବ୍ୟବସ୍ଥା ହୋଇଥିଲା । ଏପରିକି ପଦୂଷଣ ସାର୍ଟିଫିକେଟକୁ ବାଧ୍ୟତାମୂଳକ କରାଯାଇଥିଲା । ଏହାପରେ ସରକାର ପ୍ରଦୂଷଣ ରୋକିବାକୁ ୧୫ ବର୍ଷରୁ ଅଧିକ ସମୟର ଗାଡିମୋଟର ଚଳାଚଳ କରିବ ନାହିଁ ବୋଲି କହିଥିଲେ । ଯାହାକୁ ନେଇ ପୁରୁଣା ଗାଡି ଚାଳକ ଚିନ୍ତାରେ ପଡିଥିଲେ । ତେବେ ଆଜି ସେମାନଙ୍କୁ ଆଶ୍ୱସ୍ତି ମିଳିଛି । ଏହାକୁ ବନ୍ଦ କରାଯିବ ନାହିଁ ବୋଲି ସରକାର କହିଛନ୍ତି ।