Odia News Portal

ଆଜିଠୁ ବେସରକାରୀ ବସ ଚଳାଚଳ ବନ୍ଦ

ଗଞ୍ଜାମ : ଆଜିଠୁ ଗଞାମ ଜିଲ୍ଲାରୁ ବେସରକାରୀ ବସ ଚଳାଚଳ ବନ୍ଦ ରହିବ । ଅନିର୍ଦିଷ୍ଟ କାଳ ଯାଏଁ ବସ ଚଳାଚଳ ବନ୍ଦ ରଖିବାକୁ ବସ ମାଲିକ ସଙ୍ଘ ନିଷ୍ପତି ନେଇଛି । ସୂଚନାଯୋଗ୍ୟ ଯେ,  ପ୍ରଶାସନ ପକ୍ଷରୁ ହଳଦିଆପଦରଠାରେ ନୂଆ ବସଷ୍ଟାଣ୍ଡ ବ୍ୟବସ୍ଥା କରାଯାଇଥିଲା । ଏଠାରୁ ହିଁ ବସ ଚଳାଚଳ କରିବ ବୋଲି ପ୍ରଶାସନ କହିଥିଲା । ଯାହାକୁ ବସ ମାଲିକମାନେ ବିରୋଧ କରିଥିଲେ । ଏପରିକି ପ୍ରତିବାଦ ସ୍ୱରୁପ ଗତକାଲି ବ୍ରହ୍ମପୁରରୁ ବସ୍ ଚଳାଚଳ ବନ୍ଦ ରହିଥିଲା ।

ଏହାପରେ ପ୍ରଶାସନ ପକ୍ଷରୁ ମାଲିକଙ୍କ ସହ ଆଲୋଚନା ହୋଇଥିଲା । ଯାହା ବିଫଳ ହୋଇଛି । ତେଣୁ ବସ ମାଲିକ ସଙ୍ଘ ଆଜି ସାରା ଜିଲ୍ଲାରୁ ବସ୍ ଚଳାଚଳ ବନ୍ଦ ରଖିବା ପାଇଁ ନିଷ୍ପତି ନେଇଛି । ତେବେ ଏହି ବନ୍ଦକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ପଦକ୍ଷେପ ନେଇଛି । ଭଞ୍ଜନଗର,  ଫୁଲବାଣୀ,  ରାୟଗଡା,  ଗଜପତି ଓ କଟକ ରାସ୍ତା ରେ ସରକାରୀ ବସ୍ ଚଳାଚଳ ପାଇଁ ଜିଲ୍ଲା ପ୍ରଶାସନର ବ୍ୟବସ୍ଥା କରିଛି ।

ଗୋପାଳପୁର  – ବ୍ରହ୍ମପୁର  – ଦିଗପହଣ୍ଡି ରାସ୍ତା ରେ ୮ଟି ସିଟି ବସ୍,  ବ୍ରହ୍ମପୁର  – ଛତ୍ରପୁର  – ଖଲ୍ଲିକୋଟ୍ ରାସ୍ତା ରେ ୮ଟି ସିଟି ବସ୍,  ବ୍ରହ୍ମପୁର  – ଚିକିତ୍ସା  – କନିଷି  – ପାତ୍ରପୁର ରାସ୍ତା ରେ ୫ଟି ସିଟି ବସ୍,  ବ୍ରହ୍ମପୁର  – ହିଞିଳି  – ଆସିକା  ରାସ୍ତା ରେ ୫ଟି ସିଟି ବସ୍ ପ୍ରଚଳନ ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି ।