Odia News Portal

ପୁଣି ସମର୍ଥ ବର୍ମାଙ୍କ ନାଁରେ ଫେକ୍ ଆକାଉଣ୍ଟ

କେନ୍ଦ୍ରାପଡା : ପୁଣି ଜିଲ୍ଲାପାଳଙ୍କ ନାଁରେ ଫେସବୁକରେ ଫେକ ଆଇଡି । କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନାଁରେ ଏଭଳି ଫେକ ଆକାଉଣ୍ଟ ଥିବା ଅଭିଯୋଗ ହୋଇଛି । ଫେକ ଆଇଡକୁ କୁନେଇ ଖୁବଶୀଘ୍ର ପୋଲିସରେ ଅଭିଯୋଗ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନାଁରେ ଫେକ୍ ଆକାଉଣ୍ଟ୍ ଖୋଲିଯାଇଥିବା ଅଭିଯୋଗ ଆସିଛି l ଫେସବୁକ୍ ରେ କେହି ଦୁବୃର୍ତ୍ତ ଏହି ଫେକ୍ ଆକାଉଣ୍ଟ୍ ଖୋଲି ଏହାକୁ ପରିଚାଳନା କରୁଥିବା ଅଭିଯୋଗ ହୋଇଛି l

ଏହି ଫେକ୍ ଆକାଉଣ୍ଟ୍ ର ପ୍ରୋଫାଇଲ ପିକଚରରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ  ଫଟୋ ଥିବା ଦେଖିବାକୁ ମିଳିଛି l ଦୁର୍ବୃତ୍ତ ଜଣଙ୍କ ଏହାର ଅପବ୍ୟବହାର କରୁଥିବାର ଆଶଙ୍କା କରିଛନ୍ତି ଜିଲ୍ଲାପାଳ । ଫେକ୍ ଆକାଉଣ୍ଟ୍ କୁ କେହି ବିଶ୍ବାସ ନକରିବା ପାଇଁ  ଜିଲ୍ଲାପାଳ ନିବେଦନ ମଧ୍ୟ କରିଛନ୍ତି l ଖୁବଶୀଘ୍ର ଜିଲ୍ଲାପାଳ ଏନେଇ ପୋଲିସରେ ଅଭିଯୋଗ କରିବେ ବୋଲି ସୂଚନା ଦେଇଛନ୍ତି ।ତେବେ ଏହିଭଳି ଘଟଣା ପ୍ରଥମ ଥର ନୁହେଁ, ଏହା ପୂର୍ବରୁ ମଧ୍ୟ ସୁନ୍ଦରଗଡ ଜିଲ୍ଲାପାଳଙ୍କ ନାଁରେ ଫେସବୁକରେ ଫେକ୍ ଆକାଉଂଟ ଖୋଲାଯାଇଥିବା ନେଇ ଅଭିଯୋଗ ଆସିଥିଲା।