Odia News Portal

ସ୍ଥାଣୁ ପାଲଟିଲାଣି ଓଡିଶା ରାଜ୍ୟ ସଚିବାଳୟ ସେବା ସଂଘ

ଭୁବନେଶ୍ୱର : ଲୋକସେବାଭବନର କର୍ମଚାରୀମାନଙ୍କ ମଧ୍ୟରେ ଏବେ ଗୋଟିଏ ଆଲୋଚନା ଜୋରଦାର ଚାଲିଛି – କେବେ
ହେବ ସଚିବାଳୟ ସେବା ସଂଘର ନିର୍ବାଚନ । ନିର୍ବାଚନ ନେଇ ବରିଷ୍ଠ ସଭ୍ୟମାନେ ନିରବ ଥିବାବେଳେ ନୂଆହୋଇ ଲୋକସେବା
ଭବନରେ ଯୋଗ ଦେଇଥିବା ସଭ୍ୟମାନେ ସଂଘର ଅଚଳାବସ୍ଥାକୁ ଦେଖି ଆ୧⁄୨ର୍ଯ୍ୟ ପ୍ରକଟ କରିଛନ୍ତି । କେହି କେହି ସଭାପତି ଓ
ସାଧାରଣ ସମ୍ପାଦକଙ୍କୁ ଦୋଷ ଦେଉଥିବାବେଳେ ଆଉ କେହି ସଂଘର ସମ୍ବିଧାନ ଓ ପରମ୍ପରାରେ ତ୍ରୁଟିଥିବା କହୁଛନ୍ତି । ଏଭଳି
ଅବସ୍ଥାରେ ରାଜ୍ୟର ଏହି ସର୍ବପୁରାତନ କର୍ମଚାରୀ ସଂଘ ଏବେ ସ୍ଥାଣୁ ଅବସ୍ଥାରେ ।
ଦୁଇବର୍ଷ ତଳେ ହୋଇଥିଲା ରାଜ୍ୟର ଏହି ସର୍ବବୃହତ୍‍ ସଂଘର ର୍ନିବାଚନ । ଦୁଇ ବର୍ଷିଆ କାର୍ଯ୍ୟକାଳ ସରିବାପରେ ନିୟମ
ଅନୁଯାୟୀ ଚଳିତବର୍ଷ ପୁଣି ନିର୍ବାଚନ ହୋଇଥାନ୍ତା । ଇତି ମଧ୍ୟରେ ଅଧିକ ଚାରିମାସ ବିତିଗଲାଣି । କର୍ମକର୍ତ୍ତାବୃନ୍ଦ ନା ପଦ ଛାଡୁଛନ୍ତି ନା ନିୟମ ମୁତାବକ ସାଧାରଣ ପରିଷଦର ଅନୁମୋଦନ ନେଇ ପଦବୀରେ ରହୁଛନ୍ତି । ଖାଲି ସେତିକି ନୁହେଁ କର୍ମକର୍ତ୍ତାମାନେ ପଦବୀ ଛାଡୁ ନାହାନ୍ତି କି କାମ କରୁନାହାନ୍ତି । ପୂର୍ବରୁ ସଂଘରେ ଏଭଳି ଅଚଳାବସ୍ଥା କେବେ ଦେଖାଯାଇନଥିଲା । ଏଠାରେ ଉଲ୍ଲେଖ ଥାଉକି କର୍ମକର୍ତ୍ତାମାନେ ପଦବୀରେ ଥିଲେ ହେଁ ନା ସରକାରୀ ବିଭାଗର ଓ ନିର୍ଦ୍ଦେଶାଳୟର ମିଶ୍ରଣକୁ ବିରୋଧ କରିଥିଲେ, ନା ମହଙ୍ଗା ଭତ୍ତା ପାଇଁ ପାଟି ଖୋଲିଥିଲେ । ବର୍ଦ୍ଧିତ ଦରକାର ବକେୟା ୬୦ ପ୍ରତିଶତ ପ୍ରଦାନ ହେଉ କିମ୍ବା
କ୍ୟାଡରର କୌଣସି ଭଲ ପାଇଁ ଏହି ନେତାମାନେ ପଦକ୍ଷେପ ନେଉଛନ୍ତି । କର୍ମଚାରୀମାନେ କହୁଛନ୍ତି – ଏମାନେ କାମ
କରୁନାହାନ୍ତି କି ବାଟ ଛାଡୁ ନାହାନ୍ତି ।
ସଂଘରେ ଏଭଳି ଅଚଳାବସ୍ଥାପାଇଁ ସଭାପତି ଓ ସାଧାରଣ ସମ୍ପାଦକ ପରସ୍ପରକୁ ଦୋଷାରୋପ କରିବାରେ ଲାଗିଛନ୍ତି ।
ଦୋଷାରୋପର ମୂଳ କାରଣ ହେଉଛି ସଂଘ ପାଣ୍ଠିର ଦୁରୂପଯୋଗ ବୋଲି କର୍ମଚାରୀମାନେ କହିବୁଲୁଛନ୍ତି । ସମ୍ପାଦକ ସଭାପତିଙ୍କୁ ୩୫ଲକ୍ଷ ଟଙ୍କାର ହିସାବ, ସଂଘର ଖାତା, ରସିଦ, ଦ୍ୱିତୀୟ କାର୍ଯ୍ୟାଳୟର ମାସିକ ଭଡା ହିସାବ ମାଗୁଥିବାବେଳେ ସଭାପତି ସଂଘ ଜମାଖାତାରୁ ଭୁଲ୍‍ ତଥ୍ୟଦେଇ ୫ଲକ୍ଷ ଟଙ୍କା ଉଠାଣର ଅଭିଯୋଗ ସାଧାରଣ ସମ୍ପାଦକଙ୍କ ବିରୁଦ୍ଧରେ ଆଣିଛନ୍ତି । ଉଭୟ ଗୋଷ୍ଠିର ଟଙ୍କା କାରବାର ଭିତରେ ସଂଘ ଛନ୍ଦିହୋଇ ଯାଇଛି । ସବୁଠାରୁ ଆ୧⁄୨ର୍ଯ୍ୟର କଥା ହେଉଛି ପୂର୍ବତନ ସଭାପତି, ସମ୍ପାଦକ, ଉପସଭାପତି, ଅଡିଟର କେହି ସିଧାଳଖ ଏଥିରେ ମୁଣ୍ଡ ଖେଳାଉ ନାହାନ୍ତି । ଉଲ୍ଲେଖନୀୟ ଯେ ଅତୀତରେ ଯେଉଁ ଗୋଷ୍ଠି ସବୁ ସଂଘ ନିର୍ବାଚନ ଲଢିଥିଲେ ସେମାନେ ମଧ୍ୟ ତାଙ୍କର ବିରୋଧି ଭୂମିକା ପାଳନ କରୁନାହାନ୍ତି ।
ବର୍ତ୍ତମାନର ସଭାପତି ଓ ସାଧାରଣ ସମ୍ପାଦକ ସଂଘର ଦୁର୍ଦ୍ଦିନ ପାଇଁ ଯେତିକି ଦାୟୀ ସଂଘର ପୂର୍ବତନ କର୍ମକର୍ତ୍ତା ଓ ଅନ୍ୟଗୋଷ୍ଠିର ନିରବତା ତାହାଠାରୁ ଅଧିକ ଦାୟୀ ବୋଲି କର୍ମଚାରୀମାନେ ମତ ଦେଉଛନ୍ତି । ଖାଲି ସେତିକି ନୁହେଁ ଗୃହ ବିଭାଗର ନିର୍ଦ୍ଦେଶକୁ ମଧ୍ୟ ସଭାପତି ଓ ସାଧାରଣ ସମ୍ପାଦକ ଭୃକ୍ଷେପ କରିନାହାନ୍ତି । ବିଭାଗର ନିର୍ଦ୍ଦେଶକୁ ସାଧାରଣ ସମ୍ପାଦକ ଖୋଲା ଚ୍ୟାଲେଞ୍ଜ କରିଥିବାବେଳେ ବିଭାଗ ହାତବାନ୍ଧି ବସିଛି । ରାଜ୍ୟର ସର୍ବପୁରାତନ, ଅଗ୍ରଣୀ, ବଳିଷ୍ଠ ଓ ଅତୀତରେ ମାର୍ଗଦର୍ଶକ ସାଜିଥିବା ଏ ସଂଘ ଆଜି ବାଟବଣା ହୋଇଥିବା କର୍ମଚାରୀମାନେ ଖୋଲାଖୋଲି ଭାବେ କହୁଥିବାବେଳେ କିଏ ଏହାକୁ ଉଦ୍ଧାର କରିବ ତାହାକୁ ନେଇ ଲୋକସେବା ଭବନରେ ଜୋରଦାର ଚର୍ଚ୍ଚା ।