ଭୁବନେଶ୍ବର : ଲୁଡୁ ଖେଳରୁ ଗଣ୍ଡଗୋଳ। ଲୁଡୁ ଖେଳ ବେଳେ ବଚସା ହେବା ପରେ ଯୁବକଙ୍କୁ ଛୁଡା ମାଡ ହୋଇଛି।ରମ୍ଭା ଥାନା ଅନ୍ତର୍ଗତ ଝାଡ଼କୁଦା ଗ୍ରାମରେ ଜଣେ ଯୁବକଙ୍କୁ ଆକ୍ରମଣ ଅଭିଯୋଗ । ଗୁରୁତର ହୋଇଛନ୍ତି କେ. ଦୁର୍ଯ୍ୟୋଧନ ରେଡି । ଗୁରୁତର ଅବସ୍ଥାରେ ପ୍ରଥମେ ଗଞ୍ଜାମ ଓ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି ।
ଗତକାଲି ସନ୍ଧ୍ୟାରେ ଗାଁର ରାଧାକୃଷ୍ଣ ମନ୍ଦିର ପାଖରେ କେ. ଦୁର୍ଯ୍ୟୋଧନ ରେଡ୍ଡୀ ଓ ଅନ୍ୟ ଜଣେ ଯୁବକ ଲୁଡ଼ୁ ଖେଳୁଥିଲେ। ଏହି ଖେଳକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବାରୁ ଦୁର୍ଯ୍ୟୋଧନଙ୍କୁ ସମ୍ପୃକ୍ତ ଯୁବକ ଜଣକ ଛୁରୀରେ ଆକ୍ରମଣ କରିଥିଲେ। ଦୁର୍ଯ୍ୟୋଧନଙ୍କୁ ପ୍ରଥମେ ଛତ୍ରପୁର ସ୍ଥିତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ସ୍ଥିତ ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି। ରମ୍ଭା ଥାନା ଇଲାକାରେ ଘଟଣା ଘଟିଥିଲେ ମଧ୍ୟ ପୁଲିସ ପହଞ୍ଚିନାହିଁ । ଏନେଇ ଆହତଙ୍କ ଭାଇ ଶ୍ୟାମ ସୁନ୍ଦର ରେଡି ଅଭିଯୋଗ କରିଛନ୍ତି ।